ଶ୍ରୀ ଶ୍ରୀ ଲକ୍ଷ୍ମୀମା'ଙ୍କର ଶୁଭ ଆବିର୍ଭାବ ଦିବସ
ଧର୍ମଶାଳା : ପରମାରାଧ୍ୟା ଜଗତ ଜନନୀ ଶ୍ରୀ ବଡମା'ଙ୍କ ଶୁଭ୧୩୨ ତମ ଆବିର୍ଭାବ ଉତ୍ସବ ଧର୍ମଶାଳା ସତସଙ୍ଗ ବିହାର ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ସତସଙ୍ଗ ମନ୍ଦିରରେ ଉଷା ବିନତି ପାର୍ଥନା ସହିତ ସଦଗ୍ରନ୍ଥାବଳୀ ପାଠ କରାଯାଇ ସକାଳେ ଶୁଭ ମୁହୂର୍ତରେ ଜଗତ ଜନନୀ ଲକ୍ଷ୍ମୀ ମା'ଙ୍କ ଶୁଭ ଜନ୍ମଲଗ୍ନ ଘୋଷଣା କରାଯାଇ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଠାକୁରଙ୍କ ଧ୍ୱନି ଦେବା ସହିତ ଠାକୁରଙ୍କ ଗ୍ରନ୍ଥ ଆହ୍ୱାନ ବାଣୀପାଠ କରାଯାଇଥିଲା । ଅପରାହ୍ନ ୪ଘଟିକାରେ ମାତୃ ସମ୍ମୀଳନୀ ଆୟୋଜନ କରାଯାଇ ଲକ୍ଷ୍ମୀ ମାଙ୍କ ଆଦର୍ଶ ଜୀବନୀ ଏବଂ ସମାଜ ପାଇଁ ନାରୀର ଭୂମିକା କିପରୀ ରହିବା ଆବଶ୍ୟକ ଗୁରୁମା' ମାନେ ଆଲୋଚନା କରିଥିଲେ । ସନ୍ଧ୍ୟା ସମୟରେ ବିନତୀ ପ୍ରାର୍ଥନା ପରେ ପରେ ସତସଙ୍ଗ ସଂଗୀତାଞ୍ଜଳି କାର୍ଯ୍ୟକର୍ମ ସହିତ ଋତୁ୍ୟକଙ୍କ ଦ୍ୱାରା ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରା ଉପରେ ଉପରେ ଆଲୋଚନା କରାଯାଇଥିଲା । ଆଜି ମଣିଷ ସମାଜ ସମ୍ପୂର୍ଣ ବିଶୃଙ୍ଖଳିତ ହୋଇ ବିପଥଗାମୀ ହୋଇପଡିଥିବା ବେଳ ସଦଗୁରୁ ଆଶ୍ରିତ ହୋଇ ତାଙ୍କର ବାଣୀକୁ ଅନୁସରଣ କରି ଚାଲିଲେ ମଣିଷ ସମାଜ ଶୃଙ୍ଖଳିତ ଜୀବନ ଜାପାନ କରିପାରିବ ବୋଲି ମତପ୍ରକାଶ ପାଇଥିଲା । ଉତ୍ସବକୁ ଧର୍ମଶାଳା ଅଂଚଳର ସତସଙ୍ଗୀ ପ୍ରେମୀ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ ।