ରେଳ ଧକ୍କାରେ ଅଜଣା ବ୍ୟକ୍ତିର ମୃତୁ୍ୟ
ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ ରେଳ ଷ୍ଟେସନର ଲେବୁଲ କ୍ରସିଂ ଠାରୁ ଅନତି ଦୂରରେ ଡାଉନ ରେଳଧାରଣା ପାଶ୍ୱର୍ରେ ଅଜଣା ବ୍ୟକ୍ତିର ମୃତଦେହ ସୋମବାର ଅପରାହ୍ନରେ ଠାବ କରାଯାଇଛି । ସୋମବାର ମଧ୍ୟାନ୍ନ ସମୟରେ କୌଣସି ଦ୍ରୁତଗାମୀ ରେଳ ଧକ୍କାରେ ସଂପୃକ୍ତ ଅଜଣା ବ୍ୟକ୍ତିର ମୃତୁ୍ୟ ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତର ପରିଚୟ ଜଣାପଡି ନାହିଁ କିମ୍ବା ସେ ସ୍ଥାନୀୟ ଅଞ୍ଚଳର ନୁହନ୍ତି । ମଞ୍ଜୁରୀରୋଡ ଷ୍ଟେସନ ମାଷ୍ଟରଙ୍କ ନିକଟରେ ଏଭଳି କୌଣସି ଖବର ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।