ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ

ଆସିକା : ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର କନ୍ଧଭରତ ପଲ୍ଲି ଗ୍ରାମରେ ବାଇକ୍ରେ ଆସି କିଛି ଅଜଣା ଯୁବକଙ୍କ ଆସି ଗୋଟିଏ ପରିବାର ୪ଜଣଙ୍କୁ ସଂଘବଦ୍ଧ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଆକ୍ରମରେ ଗାଁର ୪ ଜଣ ଗୁରୁତର । ଗୁରୁତରଙ୍କୁ ଆସିକା ମେଡିକେଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ ଗ୍ରାମର ନାରାୟଣ ମଳିକ, ଲକ୍ଷ୍ମଣ ମଳିକ, ନିରଞ୍ଜନ ମଳିକ, ଚିତ୍ର ସେନ ମଳିକ । ଧାରୁଆ ଅସ୍ତ୍ର ଓ ପଞ୍ଚା,କାଠ ଫାଳିଆ ଓ ହେଲିମେଟରେ ଆକ୍ରମଣ ହୋଇଥିବା ବେଳେ ଲକ୍ଷ୍ମଣ ମଳିକ ଓ ନିରଞ୍ଜନ ମଳିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଆସିକା ପୋଲିସ ପହଁଞ୍ଚô ତଦନ୍ତ କରିଛି । ପ୍ରେମ ସମ୍ପର୍କକୁ ଆଧାର କରି ଏପରି ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିବା ବେଳେ ଏଥିରେ ୭ଜଣ ସଂପୃକ୍ତ ଥିବା ଆସିକା ଥାନା ଅଧିକାରୀ କୁଳମଣି ସେଠି ପ୍ରକାଶ ।