ଆଜି ଗଞ୍ଜାମ ଯିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ଗସ୍ତରେ ଯିବେ। ସେହିପରି ଆସନ୍ତା ୩୧ ତାରିଖ ଦିନ ଶ୍ରୀ ପଟ୍ଟନାୟକ ୪ ଜିଲା ଯଥା ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଗସ୍ତ କରିବେ। ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ୟ୍ୟନଗର, ଆସିକା ଓ ଖଲ୍ଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ଚାଷୀଙ୍କୁ ଭେଟିବେ। ଫସଲ କ୍ଷତି ସମ୍ପର୍କରେ ସେ ପଚାରି ବୁଝିବେ। ସେହିପରି ୩୧ରେ ପୁରୀର ସତ୍ୟବାଦୀ, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲିବେ ନବୀନ। ସମ୍ପୃକ୍ତ ଅଧିକାରୀଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ସେ ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି।