ଜୀବନ ନେଲା ‘ଆମ ବସ୍‌’ 

ଜୀବନ ନେଲା ‘ଆମ ବସ୍‌’ 

ଭୁବନେଶ୍ୱର : ‘ଆମ ବସ୍‌’ ବାଇକ୍‌ ଉପରେ ଚଢ଼ିଯିବାରୁ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି  । ଖୋର୍ଦ୍ଧା ଟାଉନ ଥାନା ବରସାହି ଠାରେ ବସଟି ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଶିଶୁ ସହ ବାପାମା’ ବାଇକ୍‌ରେ ଯାଉଥିଲେ । ତେବେ ଦୁର୍ଘଟଣାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନେ ବସକୁ ଅଟକାଇ ରଖିବା ପରେ ପୁଲିସ୍‌ ପହଁଚି ଅସନ୍ତୋଷ ପ୍ରଶମିତ କରିଥିଲା । ମୃତ ଶିଶୁର ପୋଷ୍ଟମର୍ଟମ କରାଯାଇଛି । ଗତକାଲି ସଂଧ୍ୟାରେ  ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ପଞ୍ଚାୟତ ଜିତିକାର ସୁଆଁଲୋ ପଣ୍ଡାସାହି ନିକଟରେ ଆମ ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଆମ ବସ ଚାଳକଙ୍କ ବେପରୁଆ ଗାଡ଼ିଚାଳନାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  ।