ଘନ କୁହୁଡି ପାଇଁ ଏଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସୋମବାର ଓଡି଼ଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ । କିନ୍ତୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି଼ ଲାଗି ରହିବ । ସେଥିପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୩୧ରେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କି ଦୁଇଟି ଜାଗାରେ ମଧ୍ୟମ ଧରଣର କୁହୁଡି଼ ପଡି଼ବ । କିନ୍ତୁ ଜାନୁଆରୀ ୫ ଯାଏ ସାରା ରାଜ୍ୟର ପାଗ ଶୁଖିଲା ରହିବ ।  ୩୧ ତାରିଖରୁ ପୁଣି ଶୀତ ଫେରିବ । ନୂଆବର୍ଷ ପରେ ଧୀରେ ଧୀରେ ଶୀତ ବଢ଼ିବ । ରାଜ୍ୟକୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଛି । ତେଣୁ ଶୀତ ପ୍ରଭାବ ଦେଖିବାକୁ ମିଳୁଛି ।