ଚକ୍ରମଣି, ଉପନେ୍ଦ୍ର ଓ କଳ୍ପନାଙ୍କ ମଧ୍ୟରେ ଲଢ଼େଇ
ଭୁବନେଶ୍ୱନର: ଏଥର ମଇଦାନରେ ଲଢ଼େଇ ଜୋର ଦାର ହେବାକୁ ଯାଉଛି । ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ତିନି ପ୍ରମୁଖ ଦଳ । ବାଲିଗୁଡାରେ କଂଗ୍ରେସ ପୂର୍ବରୁ ସୁରଦା ପ୍ରଧାନଙ୍କୁ ପ୍ରର୍ଥୀ କରିଥିଲ । କିନ୍ତୁ ପରେ ପରିବର୍ତ୍ତନ କରି ଦଳ ଉପେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଛି । ଏଠିକାର କଂଗ୍ରେସ ରାଜନୀତି ପୂର୍ବାପେକ୍ଷା ଅଧିକ ଚଳଚଞ୍ଚଳ ହୋଇଉଠିଛି । ଏହି ଆସନରେ ଗତ ନିର୍ବାଚନଗୁଡିକ ଭଳି ଚଳିତ ଥର ମଧ୍ୟ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ବିଜେଡି ପକ୍ଷରୁ ବିଧାୟକ ଚକ୍ରମଣି କହଁର ଦ୍ୱିତୀୟ ଥର ପାଇଁ ଦଳୀୟ ଟିକେଟ ପାଇଛନ୍ତି । ସେହିପରି କଂଗ୍ରେସରୁ ଉପେନ୍ଦ୍ର ପ୍ରଧାନ ଓ ବିଜେପିରୁ କଳ୍ପନା କହଁର ଟିକଟ ପାଇବା ପରେ ବିଭିନନ ଦଳ ନିଜର ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି ।
ନିର୍ବାଚନୀ ତଥ୍ୟ ଅନୁସାରେ, ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସିମନ ମଳିକଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ । ୨୦୦୦, ୨୦୦୨୪ ଓ ୨୦୦୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିବା ବେଳେ ୨୦୧୪ରୁ ବିଜେଡି ଏହି ଆସନକୁ ନିଜ ଅକ୍ତିଆରରେ ରଖିଛି । ୨୦୧୪ରେ ରାଜୀବ ପାତ୍ର ବିଜେଡି ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରର୍ଥୀଙ୍କୁ ପରାଜିତ କରିଥିବାବେଳେ ୨୦୧୯ରେ ଚକ୍ରମଣି ବିଜେଡି ଟିକଟ ପାଇଁ ବିଜୟୀ ହୋଇଥିଲେ ।
ସୂଚନା ଅନୁସାରେ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ଟି ନିର୍ବାଚନରେ ଏଠାରେ କଂଗ୍ରେସ ପ୍ରାର୍ଥୀ ଦ୍ୱତୀୟ ସ୍ଥାନରେ ରହିଆସୁଛନ୍ତି । ଇତି ମଧ୍ୟରେ ପୁଣି ଥରେ ଏଠାରୁ ବିଧାୟକ ଚକ୍ରମଣିଙ୍କୁ ଟିକଟ ମିଳିଥିବାରୁ ବିଜେଡି ତାହାର ସମସ୍ତ ଆଶାୟୀ, କର୍ମକର୍ତ୍ତା, ପଞ୍ଚାୟତସ୍ତରୀୟ କର୍ମୀଙ୍କୁ ଏକଜୁଟ୍ କରି ନିର୍ବାଚନ ଲଢିବାକୁ ଉଦ୍ୟମ ଆରମ୍ଭ କରିଛି । ଦଳ ପୁଣି ଥରେ ଏଠାରେ ନିଜର ପ୍ରଭାବ ପ୍ରଦର୍ଶନ କରିବାକୁ ଯୋଜନା କରୁଥିବାବେଳେ ବିଜେପି ଓ କଂଗ୍ରେସ ଏହାର ମୁକୁବିଲା ନିମନ୍ତେ ସେମାନଙ୍କର ସ୍ୱତନ୍ତ୍ର ଓ ନୂତନ ରଣକୌଶଳ ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ତାହାର ପ୍ରାର୍ଥୀ ପରିବର୍ତ୍ତନ କରିବା ତାହାର ଏକ ଅଂଶ ବୋଲି ଚର୍ଚ୍ଚା ହେଉଛି । ବିଜେପି ଚଳିତ ଥର ମହିଳା କାର୍ଡ ଖେଳି ଜଣେ ଉଚ୍ଚଶିକ୍ଷିତା ସ୍ଥାନୀୟ ଆଦିବାସୀ ମହିଳା କଳ୍ପନା କହଁରଙ୍କୁ ପ୍ରାର୍ଥୀ କରିଛି