ତଳସରା ଓ ରାଜଗାଙ୍ଗପୁରରେ ପାଣ୍ଡିଆନଙ୍କ ପ୍ରଚାର , ଚାଷୀ ଭାଇଙ୍କ ବନ୍ଧୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶୁକ୍ରବାର ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ଓ ରାଜଗାଙ୍ଗପୁରରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ର·ର କରିଛନ୍ତି । ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ ଓ ତଳସରା ବିଧାନସଭା ପ୍ରାର୍ଥୀ ବିନୟ ଟପ୍ପୋ ଓ ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ଅନିଲ ବରୁଆଙ୍କ ପାଇଁ ଯୋଡ଼ିଶଙ୍ଗରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଆର୍ଶୀବାଦ କରିବା ପାଇଁ ଅନୁରୋଧ କରିଛନ୍ତି । ବିରୋଧୀ ପ୍ରାର୍ଥୀଙ୍କୁ ଆକ୍ଷେପ କରି ସେ କହିଥିଲେ ଯେ, ଆପଣମାନେ ଏଠାରୁ ଜଣକୁ ୪/୫ ଥର ସାଂସଦ କରି ପଠାଇଲେଣି । ସେ କଣ ଆପଣଙ୍କ ସୁଖଦୁଃଖରେ ଆସି ଠିଆ ହେଉଛନ୍ତି ? ସେହିଭଳି ଆପଣ ଯାହାକୁ ବିଧାୟକ କରି ପଠାଇଥିଲେ ୫ ବର୍ଷ ମଧ୍ୟରେ ଥରେ ବି ଆପଣଙ୍କର କୌଣସି ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହାନ୍ତି । କେବଳ ବଡ଼ ବଡ଼ ମିଛ କଥା କହି ସେମାନେ କୁମ୍ଭୀର କାନ୍ଦଣା କାନ୍ଦିବେ, ଭୋଟ ନେବେ ତା'ପରେ ଆଉ ଦେଖା ମିଳିବ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଲେ ଯେ, ଆପଣଙ୍କ କେନ୍ଦ୍ରଶିକ୍ଷା ମନ୍ତ୍ରୀ ୧୦ ବର୍ଷ ହେଲା ମନ୍ତ୍ରୀ ହେଲେଣି । ଓଡ଼ିଶାରେ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନ କରିଛନ୍ତି କି ? କୌଣସି ସ୍କଲାରସିପ ସ୍କିମ୍ କରିଛନ୍ତି କି ? କେବଳ ବଡ଼ ବଡ଼ କଥା କହିବା ଛଡ଼ା ସେମାନେ କିଛି ଜାଣନ୍ତି ନାହିଁ । ବିଜୁ ଜନତା ଦଳର ଇସ୍ତାହାର ପ୍ରସଙ୍ଗରେ ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ବହୁତ ଖୁସି ଖବର ଆଣିଛନ୍ତି । ଜୁଲାଇ ମାସରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ । ୫ ଟଙ୍କାରେ ମା'ମାନେ, ଛାତ୍ରଛାତ୍ରୀମାନେ ଲକ୍ଷ୍ମୀ ବସର ସୁବିଧା ପାଉଛନ୍ତି । ନୂଆ-ଓ ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା ଦୂର ହୋଇଛି, ଏବେ ପୁଣି ନୂଆ-ଓ ରେ ଝିଅଙ୍କୁ ୧୪ ହଜାର ଓ ପୁଅଙ୍କୁ ୧୨ ହଜାର ଦିଆଯିବ । ଶ୍ରୀ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ·ଷୀ ଭାଇଭଉଣୀମାନଙ୍କ ବନ୍ଧୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ·ଷୀ ଓ ·ଷର ଉନ୍ନତି ପାଇଁ ସେ ସବୁବେଳେ କାମ କରିଥାନ୍ତି ।ଯେଉଁ ଇସ୍ତାହାର ପ୍ରକାଶ ପାଇଛି ସେଥିରେ ମୁଖ୍ୟମନ୍ତ୍ରୀ ·ଷୀ ପରିବାରର ଝିଅ ବାହାଘର ପାଇଁ ୨୫,୦୦୦ ଟଙ୍କା, ପିଲାମାନଙ୍କ ପାଠ ପଢ଼ିବା ପାଇଁ କାଳିଆ ଛାତ୍ର ବୃତ୍ତି, ·ଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ସେମାନଙ୍କର କୃଷିକାର୍ଯ୍ୟ ଓ ଘରୋଇକାର୍ଯ୍ୟରେ ବ୍ୟବହୃତ ବିଜୁଳି ବିଲ୍କୁ ଛାଡ଼ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଦୁଇଜଣ ଯୁବପ୍ରାର୍ଥୀ ଦେଇଛନ୍ତି । ସେମାନେ ଆପଣଙ୍କ ସୁଖଦୁଃଖର ସାଥୀ ହେବେ । ଆପଣ ସେମାନଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ।