ସମୀରଙ୍କୁ ଚକମା ଦେଲେ ଦିଲୀପ

ଗୋପ : ନିମାପଡ଼ା ନିର୍ବାଚନ ମଣ୍ଡଳୀର ୪୬ ପଞ୍ଚାୟତ ଓଁ ବିଜ୍ଞାପିତ ଅଞ୍ଚଳରୁ  ପ୍ରାୟ ୩୦ ହଜାର କର୍ମୀଙ୍କୁ ଧରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ନିର୍ବାଚନ ମଣ୍ଡଳୀରେ ଯେଉଁ ଗୁଜବ ପ୍ର·ର ହେଉଥିଲା ସମୀର ନାହିଁ ତ ଶଙ୍ଖ ନାହିଁ ତାକୁ ଭୁଲ ପ୍ରମାଣିତ କରିଛନ୍ତି ଦିଲ୍ଲୀପ ସେନା । ଫଳରେ ସେ ଏକ ପ୍ରକାର ସମୀରଙ୍କୁ ଜକମା ଦେଇଥିବା ନିର୍ବାଚନ ମଣ୍ଡଳୀରେ ଆଳୋଚନା ହେଉଛି । ନିମାପଡ଼ା ନୂଆ ବସଷ୍ଟାଣ୍ଡ ଠାରୁ ହଜାର ହଜାର ସମର୍ଥକଙ୍କ ସହ ଦିଲ୍ଲୀପଙ୍କ ବିଶାଳ ଶୋଭାଯାତ୍ରା ବାହାରି ଦୋଳବେଦୀ ଛକ ଠାରେ ପହଞ୍ଚିଥିଲା । ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ସମର୍ଥକଙ୍କ ଗହଣରେ ଦିଲ୍ଲୀପଙ୍କ ଶୋଭାଯାତ୍ରା ସେଠାରୁ ବାହାରି ·ରିଛକ ବଜାର, ଗୋପ, ନାଗପୁର ବଜାର ପରିକ୍ରମା କରି ପୁରୀରେ ପହଞ୍ଚିଥିଲା । ସାଙ୍ଗରେ ଥିବା କର୍ମୀ, ସମର୍ଥକଙ୍କ ବ୍ୟତୀତ ରାସ୍ତାର ଦୁଇ ପାର୍ଶ୍ରେ ହଜାର ହଜାର ସଂଖ୍ୟକ ଜନ ସାଧାରଣ ଦିଲ୍ଲୀପଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଉଥିବା ଦେଖା ଯାଇଥିଲା । ଗୋପ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ, ସାସଂଦ ପ୍ରତିନିଧି ତଥା ଗୋପବ୍ଲକ ପଞ୍ଚାୟତ ସଭାପତି ସୁକାନ୍ତ ମହାନ୍ତି, ପୁନେଶ ସେନାପତି, କରୁଣାକର ସାହୁ, ପ୍ରହଲ୍ଲାଦ ସ୍ୱାଇଁ, ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ସମେତ ନିମାପଡ଼ା ଗୋପବ୍ଲକର ବରିଷ୍ଠ ନେତା, ନେତ୍ରୀ ପ୍ରମୁଖ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଏଥର ନିଶ୍ଚୟ ଯୋଡ଼ି ଶଙ୍ଖର ବିଜୟ ହେବ, ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏଥିରେ କିଛି ଦ୍ୱିମତ ନାହିଁ ବୋଲି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ।