ଶ୍ରମିକ ସଚେତନତା ଶିବିର
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅରେଡ଼ା ପଞ୍ଚାୟତ ଅମଲାପାଲି ଗାଁରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ଏହା ପୂର୍ବରୁ ଗାଁରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବିଡିଓ ନରସିଂହ ଗଦବା, ସ୍ଥାନୀୟ ସରପଞ୍ଚ ପ୍ରତିମା ପୁଞ୍ଜି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଗାଁରେ ଦୁଇ ଜଣ ନବଜାତକ ଶିଶୁ କନ୍ୟାଙ୍କୁ ଜିଲ୍ଲାପାଳ ଓ ଅତିଥି ମାନେ ଉପହାର ଦେଇ ସ୍ୱାଗତ କରିଥିଲେ । ଏହା ସହିତ ୪ ଜଣ ଗର୍ଭବତୀ ମାଆ ମାନଙ୍କୁ ବିଭିନ୍ନ ଫଳମୂଳ ଓ ପୌଷ୍ଟିକ ଆହାର ପ୍ରଦାନ କରି ଉତ୍ସାହିତ କରିଥିଲେ । ପ୍ରବାସୀ ଶ୍ରମିକ ସଚେତନତା ସଭାରେ ଅତିଥିମାନେ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଆର୍ ଟି ଓ ମାନ ସିଂ,ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ମହିଳା ଏବଂ ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ବନ ବିଭାଗ ତରଫରୁ ଆରମ୍ଭ ହୋଇଥିବା ନୂତନ କାର୍ଯ୍ୟକ୍ରମ "ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସବୁ ଗାଁରେ ଆରମ୍ଭ କରି ପକ୍ଷୀଙ୍କୁ ପିଇବା ପାଣି ତଥା ବସା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଶେଷରେ ସ୍ଥାନିୟ ସରପଂଚ ପ୍ରତିମା ପୁଞ୍ଜି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ସମସ୍ତ ଜିଲସ୍ତରୀୟ ଅଧିକାରୀ, ବ୍ଲକ୍ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଏହାକୁ ଖଡ଼ିଆଳ ବିଡିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ପ୍ରୋଗ୍ରାମ୍ ଅଫିସର, ସିଡିପିଓ ମିନା କୁମାରୀ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ ।