ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ : ସଂତୃପ୍ତ ମିଶ୍ର
ସୁସ୍ଥ ହେଉଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୂଚନା ଦେଇଛନ୍ତି, ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । ଆଶା କରାଯାଉଛି, ଆଜି ସନ୍ଧ୍ୟାରେ ଆଇସିୟୁରୁ ସାଧାରଣ କକ୍ଷକୁ ଆସିବେ ନବୀନ । ସଂତୃପ୍ତ ମିଶ୍ର କହିଛନ୍ତି , ନବୀନ ପଟ୍ଟନାୟକ ଭଲ ଭାବରେ କଥା ହେଉଛନ୍ତି । ଓଡିଶା ବିଷୟରେ ପଚାରୁଛନ୍ତି । ଯୁଦ୍ଧ ବିଷୟରେ ମଧ୍ୟ ପଚାରି ବୁଝୁଛନ୍ତି । ଯେଉଁଭଳି ସୁସ୍ଥ ହେଉଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ, ୪ ରୁ ୫ ଦିନ ଭିତରେ ଓଡିଶା ଫେରି ଆସିବେ ଆଶା ଥିବା କହିଛନ୍ତି ସଂତୃପ୍ତ ମିଶ୍ର ।