ବଢ଼ିଲା ଟ୍ରେନ୍ ଟିକଟ ମୂଲ୍ୟ

ବଢ଼ିଲା ଟ୍ରେନ୍ ଟିକଟ ମୂଲ୍ୟ

 ଆଜିଠାରୁ ମହଙ୍ଗା ହେଲା ଟ୍ରେନ ଯାତ୍ରା । ଜୁଲାଇ୧ ରୁ ଟ୍ରେନ୍ ଟିକେଟ୍ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ହୋଇଛି । ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରାରେ ଟିକଟ ମୂଲ୍ୟ ବୃଦ୍ଧି କରାଯାଇନାହିଁ । ୫୦୧ରୁ ୧୫ ଶହ କିଲୋମିଟର ଦୂରତା ପାଇଁ ୫ ଟଙ୍କା ଟିକଟ ଦର ବଢ଼ିଛି । ୨୫ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ପାଇଁ ୧୦ ଟଙ୍କା ବଢ଼ିଛି । ୨୫ଶହ ୧ରୁ ୩ ହଜାର କିଲୋମିଟର ଦୂରତା ସ୍ଲାବ ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠାରୁ ଲାଗୁ ହୋଇଛି ନୂଆ ରେଳ ଭଡ଼ା ଦର । ରିଜର୍ଭେଶନ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିବ ।