ନୂଆ ଓ ପୁରୁଣା ବିଧାୟକଙ୍କ ମନୋବଳ ବଢ଼ାଇଲେ ନବୀନ

ଭୁବନେଶ୍ବର: ବିଜେଡି ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ନୂଆ ଓ ପୁରୁଣା ବିଧାୟକଙ୍କ ବଢ଼ାଇଲେ ମନୋବଳ । ଶପଥ ନେବା ପରେ ନିଜ ନିଜ ଅଞ୍ଚଳର ବିକାଶକାର୍ୟ୍ୟକୁ ତ୍ବରାନ୍ନିତ କରିବାକୁ ସଂକଳ୍ପ ନେଇଛନ୍ତି ବିଜେଡି ବିଧାୟକ । ପ୍ରତ୍ୟେକ ଦିନ ନବୀନଙ୍କୁ ଭେଟି ଏନେଇ କରୁଛନ୍ତି ଆଲୋଚନା । ତେବେ ବିରୋଧୀ ଦଳରେ ରହି ଗଠନମୂଳକ ଆଲୋଚନା ମାଧ୍ୟମରେ ଲୋକଙ୍କ ସୁଖ ଦୁଃଖର ସାଥୀ ହେବେ ବୋଲି କହିଛନ୍ତି ବିଜେଡି ବିଧାୟକ ।
ବିଜେଡି ବିଧାୟକଙ୍କ ପଣ ଲୋକଙ୍କ ସୁଖଦୁଃଖର ସାଥୀ ହୋଇଥିଲେ, ଆଗକୁ ରହିବେ । ଗାଁ ଦାଣ୍ଡରୁ ବିଧାନସଭା ଯାଏଁ ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜନସେବାର ଯେଉଁ ମୂଲ୍ୟବୋଧ ଓ ଗୁରୁମନ୍ତ୍ର ଦେଇଛନ୍ତି ତାହାକୁ ବିରୋଧୀ ଦଳରେ ରହି ସତ ପ୍ରତିଶତ ପାଳନ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ।
ନୂଆ ଓ ପୁରୁଣା ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ସହ ମନୋବଳ ବଢ଼ାଇଛନ୍ତି ନବୀନ ।ନିଜର ମୁଖ୍ୟମନ୍ତ୍ରୀ କାଳରେ ନବୀନ ୨୫ ବର୍ଷର ଜନସେବା କରି ଓଡ଼ିଶାକୁ ବିଶ୍ବରେ ଦେଇଛନ୍ତି ସ୍ବତନ୍ତ୍ର ପରିଚୟ । ନବୀନଙ୍କ ଶାସନ ସମୟରେ ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟର ପାରାମିଟର ଉପରେ ଥିଲା ଓଡ଼ିଶା । ତେଣୁ ଏହି ଧାରା କିପରି ବଜାୟ ରହିବ, ତାହାକୁ ବିରୋଧୀ ଦଳରେ ରହି ବିଜେଡି ବିଧାୟକମାନେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।