ଚର୍ଚ୍ଚାରେ ଶ୍ରୀମୟୀଙ୍କ ଧ୍ରୁତରାଷ୍ଟ୍ର ନିଶାନା

ଚର୍ଚ୍ଚାରେ ଶ୍ରୀମୟୀଙ୍କ ଧ୍ରୁତରାଷ୍ଟ୍ର ନିଶାନା

ଚର୍ଚ୍ଚାରେ ଶ୍ରୀମୟୀଙ୍କ ଧ୍ରୁତରାଷ୍ଟ୍ର ନିଶାନା । ସୋସିଆଲ ମିଡିଆରେ ‘ଧ୍ରୁତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀଙ୍କ ତୀରବାଜି । ସିଧାସଳଖ କାହା ନାଁ ନନେଇ ଆକ୍ଷେପ କଲେ ଶ୍ରୀମୟୀ  ମିଶ୍ର ।  ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧ୍ରୁତରଷ୍ଟ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ  ଅପମାନ ରୋକିବାକୁ ଚେଷ୍ଟା କରି ନଥିଲେ । ଧ୍ରୁତରାଷ୍ଟ୍ରଙ୍କ  ବିଶେଷତଃ ଦୁର୍ଯେ୍ୟାଧନ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିିଥିଲା ।  କିଛି ଲୋକ ଧ୍ରୁତରାଷ୍ଟ୍ରଙ୍କ ପରି ଅନ୍ଧ । ଅନ୍ୟାୟକୁ ରୋକିବାକୁ ପ୍ରୟାସ କରନ୍ତି ନାହିଁ । ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କ୍ଷମା ଦେବ ନାହିଁ । କାରଣ ସେମାନଙ୍କର ନୀରବତା  ଦୁଃଖଦ ପରିଣାମ ଆଣିଥାଏ ବୋଲି ଶ୍ରୀମୟୀ କହିଛନ୍ତି । ତେବେ ଶ୍ରୀମୟୀ କାହାକୁ ରାଜନୀତିରେ ଧ୍ରୁତରଷ୍ଟ୍ର ବୋଲି ସମ୍ବୋଧନ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଧ୍ରୁତରାଷ୍ଟ୍ର ନିଶାନା ନବୀନଙ୍କ ଉଦେ୍ଦଶ୍ୟରେ କି ନାହିଁ ତାହା ଏଯାଏଁ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ପାରିନାହିଁ ।