7ରେ ନାମାଙ୍କନ : ରାଜ୍ୟ ବିଜେପି ସଭାପତି ପାଇଁ ବିଜ୍ଞପ୍ତି ଜାରି
ଜୁଲାଇ 8ରେ ଓଡ଼ିଶା ବିଜେପି ପାଇବ ନୂଆ ମୁଖିଆ । ଘୋଷଣା ହେବ କିଏ ହେବେ ବିଜେପି ସଭାପତି । ଏନେଇ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।7 ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ ଏବଂ 8 ତାରିଖରେ ଭୋଟ ଓ ଫଳାଫଳ ଘୋଷଣା ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ । ତେବେ କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି, ତେହେ ସ୍ପଷ୍ଟ ହେବ ।ଜୁଲାଇ 1 ତାରିଖରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବାର ଥିଲା । କିନ୍ତୁ ପୁରୀ ଦଳାଚକଟା ଘଟଣା ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ଯାହାକୁ ଏବେ ପୁଣି ତ୍ବରାନ୍ବିତ କରାଯାଇଛି ।
ପ୍ରତି 3ବର୍ଷରେ ଥରେ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ । 2023 ମାର୍ଚ୍ଚ 24ରୁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ମନମୋହନ ସାମଲ । ପୂର୍ବରୁ ମଧ୍ୟ 1999ରୁ 2004 ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି । ଏବେ କିଏ ହେବ ପରବର୍ତ୍ତୀ ରାଜ୍ୟ ବିଜେପି ମୁଖିଆ ନା ପୁଣି ଥରେ ରିପିଟ ହେବେ ମନମୋହନ । ତା ଉପରେ ରହିଛି ସମସ୍ତଙ୍କ ନଜର । ଦେଖାଯାଉ କିଏ ଧରୁଛନ୍ତି ରାଜ୍ୟ ବିଜେପିର ମଙ୍ଗ ?