ଷଣ୍ଢ ଲଢେଇରୁ ଦୋକାନ ସହ ବାଇକ୍ ନଷ୍ଟ, ଜଣେ ମୃତ
ନାଉଗାଁ: ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦା ବଜାରରେ ଷଣ୍ଢ ଲଢେଇରେ ୩ଟି ଦୋକାନ ଘର ଭାଙ୍ଗିବା ସହିତ ବଜାରର ରାସ୍ତା କଡରେ ଥିବା ଏକ ସେଲୁନ୍ ଦୋକାନ ଘର ମଧ୍ୟରେ ପଶିଯିବାରୁ ସେଲୁନରେ ମଧ୍ୟରେ ବସିଥିବା ଉକ୍ତ ଅଞ୍ଚଳ ଗଙ୍ଗଦା ପାଇକ ସାହି ଗ୍ରାମର ବଟକୃଷ୍ଣ ମହାନ୍ତି ଏବଂ ଗୋବରିକୁଳ ଗ୍ରାମର କେଳୁ ପୁହାଣ ଗୁରୁତର ହୋଇିଥିଲେ । ଉଭୟଙ୍କୁ ପ୍ରଥମେ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ, ବଟକୃଷ୍ଣ ମହାନ୍ତି ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଚିକିସôାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ବଟକୃଷ୍ଣଙ୍କୁ ଡ଼ାକ୍ତର ମୃତୁ୍ୟ ଘୋଷଣା କରିଥିଲେ । ସେହିପରି ନାଉଗାଁ ବ୍ଳକଛକ ନିକଟରେ ଷଣ୍ଢ ଲଢେଇରେ ଦୁଇଟି ବାଇକ୍ ଭାଙ୍ଗି ଯାଇଛି ।ଏହା ସହିତ ଚାନ୍ଦଖାଁପାଟଣା ଗ୍ରାମର ଜଟାଧାରୀ ପରିଡା ବଜାରରୁ ବାଇକରେ ଘରକୁ ଫେରୁଥିବା ସମୟରେ ହରିନବାଇ ଗ୍ରାମରେ ଏକ ଷଣ୍ଢ ଆକ୍ରମଣରେ ଆହତ ହୋଇଛନ୍ତି । ଏଣୁ ତୁରନ୍ତ ଏଥିପ୍ରତି ପ୍ରାଣୀ ଚିକିସôା ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।