ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା
ହିଞ୍ଜିଳିକାଟୁ : ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡୋ ପ୍ରତିଯୋଗିତା ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀନୃସିଂହ କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ୧୫ଟି ବ୍ଲକରୁ ୭୦ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଚାନ୍ଦିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳକୃଷ୍ଣ ପାତ୍ର, ଶିକ୍ଷକ ଅରୁଣ କୁମାର ପ୍ରଧାନ, ଶିକ୍ଷକ ସିତାରାମ ବେବର୍ତ୍ତା, ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ସମ୍ପାଦକ ଗୁରୁ ଲିଙ୍ଗରାଜ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶନାରେ ଏକ ଦିବସୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ମୁଖ୍ୟ ରେଫେରି ଭାବେ କୁସୁମୀ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଅମ୍ବିକା ପ୍ରସାଦ ଦାସଙ୍କ ତତ୍ତ୍ୱାବଧାନରେ ରେଫେରି ଭାବେ ପିତାତଳି ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସୁଜତା ବିଷୋୟୀ, ଈ ଲଳିତ କୁମାର, ପ୍ରିୟଙ୍କା ପଟ୍ଟନାୟକ, ଅନିତା କୁମାରୀ ଗୌଡ, ଶ୍ରୀତମ ପ୍ରଧାନ, ବାସୁ ନାୟକ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସ୍ପୋଟର୍ସ ସମ୍ପାଦକ ବିଭୁତି ପଟ୍ଟନାୟକ, କ୍ରୀଡା ଶିକ୍ଷକ ଚିନ୍ମୟ ଗୋଲେଇ, ଚିମନ ସାହୁ, ସମିର ବେହେରା, ସୁଶାନ୍ତ ନାୟକ ଦୁର୍ଗାମାଧବ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।