୪ଲକ୍ଷ ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା : ମୁଖ୍ୟମନ୍ତ୍ରୀ

୪ଲକ୍ଷ ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା : ମୁଖ୍ୟମନ୍ତ୍ରୀ

ଝାରସୁଗୁଡା :  ଝାରସୁଗୁଡା ଜିଲ୍ଲା ଲଖନପୁର ଶରଧାରେ ମହାନଦୀରେ ଡଙ୍ଗା ବୁଡ଼ି ଦୁର୍ଘଟଣାରେ  ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।  ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ  ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା  ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ  ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।  ସୂଚନାଯୋଗ୍ୟ ଯେ ନୌକା ରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଂଚଳର ଏବଂ ବୁଲିବା ପାଇଁ ବାଞ୍ଜିପାଲିର ପଥର ସେନିକୁ ଯାଉଥିଲେ ।