କେନାଲ୍ ସଫା ପ୍ରହସନ, ଚାଷୀ ଅସନ୍ତୋଷ

କାକଟପୁରରୁ ଆଦିତ୍ୟ ରାଉତ  :  ବର୍ଷା ଦିନ ଆଗରୁ ଅସ୍ତରଙ୍ଗ ଅଞ୍ଚଳର ସମସ୍ତ କେନାଲ ସଫା ଆରମ୍ଭ ହୋଇଛି । ମାତ୍ର ଅସ୍ତରଙ୍ଗ ଗୁଡ଼ୁମଣୀ ନିକଟରେ ପାଖାପାଖି୨ କିଲୋମିଟର ପର୍ଯ୍ୟନ୍ତ କେନାଲ ଖନନରେ ଅନିୟମିତତା ସାମ୍ନାକୁ ଆସିଛି । ଚାଷୀ ମାନଙ୍କ କ୍ଷେତକୁ ପାଣି ଆସିବା ପାଇଁ ସରକାରଙ୍କ ଏହି କେନାଲ ବ୍ୟବସ୍ଥାକୁ ବାଟମାରଣା କରାଯାଉଛି ବୋଲି ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଖରିଫ ଫସଲ ଚାଷ ଆରମ୍ଭରୁ କେନାଲ ସଫେଇ ହୋଇଛି । କିନ୍ତୁ ଏହି କେନାଲର ପାଣି ଚାଷ ଜମିକୁ ଯାଇପାରିବନି ବୋଲି ସ୍ଥାନୀୟ ଚାଷୀ ନରେନ୍ଦ୍ର ମଲ୍ଲିକ ଗଣମାଧ୍ୟମ ସାମ୍ନାରେ ସୂଚନା ଦେଇଛନ୍ତି । ବର୍ତ୍ତମାନ କେନାଲ ତଳୁ ଏଭଳି ସଫେଇ ହୋଇଛି ନିର୍ଦ୍ଧାରିତ ଓସାର ଦେଖିବାକୁ ମିଳୁନି, କେବଳ ଅନାବନା ଘାସ ଓ ଗଛ ଲତା କୁ ଚଞ୍ଚା ହୋଇଛି । ଜିଏବି ଏହି କେନାଲକୁ ଦେଖିବ କେବଳ ସରକାରଙ୍କୁ ଆଖିଠାର ମରାଯାଇ ବିଲ୍ ଚମ୍ପଟ କରିବା ଉଦେ୍ଦଶ୍ୟ ବୋଲି ଜାଣିପାରିବ । ଚାଷୀ ମାନଙ୍କ ବୃହତ ଉଦେ୍ଧଶ୍ୟ ଚାଷ କ୍ଷେତ୍ରକୁ ଯଦି ଏହି ପାଣି ଆସିବା ମାଧ୍ୟମ କେନାଲ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ତାହେଲେ ଏଠି କାହାକୁ ଦୋଷ ଦିଆଯିବ? ଖାଲି ମେସିନ ପଶୁଛି ଆଖିଠାର ମାରିବା ଭଳି କାର୍ଯ୍ୟ କରୁଛି । ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଯଥାର୍ଥରେ ଠିକ୍ କି ଭୁଲ କାର୍ଯ୍ୟ ସମୟରେ ଯାଞ୍ଚ କରାଯାଉନାହିଁ । ଯାହାକି ଫଳରେ ସମ୍ପୃକ୍ତ ସଂସ୍ଥା କାର୍ଯ୍ୟ ସାରି ବିଲ୍ ନେଇଯାଉଛନ୍ତି କିନ୍ତୁ ଏହାର କୁପ୍ରଭାବ ସିଧାସଳଖ ପଡୁଛି ସାଧାରଣ ଲୋକଙ୍କ ଉପରେ । ଏହି ବାବଦରେ ନିମାପଡା ଜଳସମ୍ପଦ ଅଧୀନ କାକଟପୁର ଜଳସମ୍ପଦ ବିଭାଗୀୟ ଅଧିକାରୀ ରାକେଶ ସାହୁଙ୍କ ମତାମତ ନେବାରେ ସେ କହିଛନ୍ତି ଯେ, ଏହି ଘଟଣା ଉପରେ ଆମ ପାଖରେ କିଛି ଅଭିଯୋଗ ମଧ୍ୟ ଆସିଛି ଆମେ ଖୁବ ଶୀଘ୍ର ଘଟଣା ସ୍ଥଳକୁ ଯାଇ ଉକ୍ତ କେନାଲ ଖନନକୁ ଯାଞ୍ଚ କରିବା ସହିତ ସମ୍ପୃକ୍ତ ଠିକା ସଂସ୍ଥାକୁ ଏ ବାବଦରେ ରିପୋର୍ଟ ମଗାଯିବ ।