୧୮ ଦିନରେ ବେସରକାରୀ  ଅଧ୍ୟାପକ ଓ କର୍ମଚାରୀ ସଂଘର ଧାରଣା

 ସିଂହପୁର : ବିଭିନ୍ନ ଦାବି ନେଇ ଅନିଦ୍ଧିଷ୍ଠ କାଳ ଧାରଣାରେ ବସିଥିବା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଧାରଣା ୧୮ ଦିନରେ ପହଁଚିଛି । ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ସ୍ଥିତ ଖରସ୍ରୋତା ମହାବିଦ୍ୟାଳରେ କାର୍ଯ୍ୟରତ ୨୫ରୁ ଉର୍ଦ୍ଧ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମାନେ ମହାବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ୧୮ଦିନ ଧରି ଧାରଣାରେ ବସିରହିଛନ୍ତି । ସେମାନଙ୍କ ଦାବି ସରକାର ପୁରଣ ନକରିବା ପର୍ଯ୍ୟନ୍ତ ଏହି ଧାରଣା ବଳବତର ରହିବ ବୋଲି ଧାରଣାକାରୀ ସ୍ପଷ୍ଠ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଧାରଣାକାରୀ ମାନଙ୍କୁ ବିଭିନ୍ନ ସ୍ତରରୁ ସମର୍ଥନ ମିଳୁଛି ।ବିଞ୍ଝାରପୁର ବିଧାୟିକା ତଥା ବିରୋଧିଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କିଛିଦିନ ପୂର୍ବେ ଧାରଣା ସ୍ଥଳରେ ପହଁଚି  ନିଜର ସମର୍ଥନ ଜଣାଇଥିବା ବେଳେ ଆଜି ବରିଷ୍ଠ କଂଗ୍ରେସ ନେତା ପଦ୍ମାକର ଗୁରୁ ଖରସ୍ରୋତା ମାହାବିଦ୍ୟାଳୟରେ ପହଁଚି ଧାରଣାକାରୀ ମାନଙ୍କୁ ନିଜର ସମର୍ଥନ ଜଣାଇବା ସହ ଦୀର୍ଘ ସମୟ ଧାରଣାରେ ସାମିଲ ହୋଇଥିଲେ । ସାମାନକାମକୁ ସମାନ ଦରମା, ୨୦୦୮ରୁ ୨୦୧୮ ମଧ୍ୟରେ ଜିଆଇଏ ପ୍ରଦାନ ଆଦି ଦାବି ସରକାର ପୁରଣ କରନ୍ତୁ ନହେଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଏହି ଧାରଣାକୁ କଂଗ୍ରେସ ଆହୁରି ବ୍ୟାପକ କରିବା ସହିତ ରାଜ୍ୟରେ ବନ୍ଦଡାକରା ଦେବ ବୋଲି କଂଗ୍ରେସ ନେତା ପଦ୍ମାକର ଗୁରୁ ପ୍ରକାଶ କରିଥିଲେ । ତେବେ ବିଭିନ୍ନ ମହଲରୁ ଅଧ୍ୟାପକ କର୍ମଚାରୀ ସଂଘକୁ ସମର୍ଥନ ମିଳୁଥିଲେ ମଧ୍ୟ ସରକାର ଏମାନଙ୍କ ସମସ୍ୟାପ୍ରତି ଗୁରୁତ୍ୱ ଦେଉନଥିଭାରୁ ଧାରଣାକାରୀ ମାନେ କ୍ଷୋଭୋ ପ୍ରକାଶ କରି ସ୍ୱଳ୍ପ ଦରମାରେ କିଭଳି ଦୟନିୟ ଜୀବନ କାଟୁଛନ୍ତି ତାହା ବଖାଣିଥିଲେ ।