ଠାକୁରତୋଟା ବିଦ୍ୟାଳୟର ବାର୍ଷିକୋତ୍ସବ : ‘ଛାତ୍ର ପାଇଁ ଉତ୍ତମ ସଂସ୍କାର ଆବଶ୍ୟକ’

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ଠାକୁରତୋଟା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ନୀଳକଣ୍ଠ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ସରପଞ୍ଚ ଶତ୍ରୁଘ୍ନ ସିଂ, ମୁଖ୍ୟବକ୍ତା ଭାବେ  ଶିକ୍ଷକ ଗନ୍ଧମାର୍ଦ୍ଧନ ଦେହୁରୀ, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ସତ୍ୟ ରଞ୍ଜନ ରାଉତ, ୱାର୍ଡମେମ୍ବର ବିଜୁ ସିଂ, ପରିଚାଳନା କମିଟି ସଦସ୍ୟ ଅଜୟ ସିଂ ଏବଂ  ଶିକ୍ଷକ ମାନସ ପରିଡ଼ା ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତ ଅତିଥି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ, ଚନ୍ଦନ, ଧୂପ ପ୍ରଦାନ କରିବା ପରେ ଦୀପ ପ୍ରଜ୍ୱଳନ କରି ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଛାତ୍ର ଜୀବନର ସର୍ବାଙ୍ଗୀନ  ଉନ୍ନତି ପାଇଁ ଉତ୍ତମ ସଂସ୍କାର ଏକାନ୍ତ  ଆବଶ୍ୟକ । ବସ୍ତୁବାଦୀ ଦୁନିଆରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଏକାଗ୍ର ଚିତ୍ତ ହେବା ସହିତ  ଆଧ୍ୟାତ୍ମିକତାର ପରିଧି ମଧ୍ୟରେ ଗତି କରିବା ର ଆବଶ୍ୟକ ଅଛି ବୋଲି ସମସ୍ତ ଅତିଥି ନିଜ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ବିଶ୍ୱନାଥ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରଫୁଲ୍ଲ ଦାସ , ପ୍ରକାଶ ଜେନା ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।