ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଯୋଗାଣରେ ଅନିୟମିତତା 

ବୁଗୁଡା  : ବୁଗୁଡା ଏନ୍ଏସି ସେକ୍ଟର ଅନ୍ତର୍ଗତ ୫ନଂ ୱାର୍ଡର ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ ଅଣ୍ଡା ଯୋଗାଣରେ ଅନିୟମିତତାକୁ ନେଇ ସୃଷ୍ଟ ବିବାଦ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାଯାଇଛି । ଉକ୍ତ କେନ୍ଦ୍ରର ଜନୈକା ଶିଶୁକନ୍ୟାଙ୍କୁ ଗତ ଅକ୍ଟୋବର ମାସରୁ ଅଦ୍ୟାବଧି କୌଣସି ଅଣ୍ଡା ଯୋଗାଇ ଦିଆଯାଇନଥିବା ନେଇ ସେହି ଶିଶୁକନ୍ୟାଙ୍କ ମା’ ବିନୋଦିନୀ ସ୍ୱାଇଁ ସମ୍ପୃକ୍ତ କେନ୍ଦ୍ରର ଅଙ୍ଗନବାଡି କର୍ମୀ ପ୍ରମୋଦା ପାଢ଼ୀଙ୍କ ବିରୁଦ୍ଧରେ ସ୍ଥାନୀୟ ସିଡିପିଓଙ୍କ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ବିଭାଗ, ମୁଖ୍ୟ ଶାସନ ସଚିବ ଆଦିଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଉକ୍ତ କେନ୍ଦ୍ରର ଅଙ୍ଗନବାଡି କର୍ମୀ ଜନୈକା ଶିଶୁକନ୍ୟାଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ଓ ସୁଜି ଯୋଗାଇ ଦେଉଥିଲେ ହେଁ ଅଣ୍ଡା ଯୋଗାଣରେ ତଞ୍ଚକତା କରି ଆସୁଥିବା ନେଇ ଶିଶୁଙ୍କ ମା’ଗତ ୯ା ୭ ।୨୦୨୫ ୯ ତାରିଖ ଦିନ ସ୍ଥାନୀୟ ସିଡିପିଓଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଫଳତଃ  ଘଟଣାର ତଦନ୍ତ କରିବା ପାଇଁ ବୁଗୁଡ଼ା ଆଇସିଡିଏସ କାର୍ଯ୍ୟାଳୟକୁ ନିଦେ୍ର୍ଦଶ ଆସିଥିଲା । ତେବେ ସିଡିପିଓଙ୍କ ଦ୍ୱାରା ଏହି ସାମାନ୍ୟ ବିବାଦର ସମାଧାନ ହୋଇପାରିନଥିବାବେଳେ ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ରର ଯାଞ୍ଚ କମିଟି ପକ୍ଷରୁ ଯଥୋଚିତ ଯାଞ୍ଚ ନ କରାଯାଇ ବିବାଦୀୟ ଅଙ୍ଗନବାଡି କର୍ମୀଙ୍କୁ ସୁହାଇଲା ଭଳି ଏକ ନିର୍ଦ୍ଧାରଣ ଗତ ତା୧-୩-୨୦୨୫ରିଖରେ ପ୍ରସ୍ତୁତ କରି ପ୍ରଦାନ କରାଯାଇଥିଲା । ତେବେ ଅଙ୍ଗନବାଡି କେନ୍ଦ୍ରର ଯାଞ୍ଚ କମିଟି ଏବଂ ସ୍ଥାନୀୟ ସିଡିପିଓଙ୍କ ନିରପେକ୍ଷତା ତଥା ଭୂମିକାକୁ ସନେ୍ଦହ କରି ଗତ ତା୯-୯-୨୦୨୫ରିଖ ତାରିଖରେ ମା’ ବିନୋଦିନୀ ପୁଣି ସୂଚନା ଅଧିକାର ଆଇନ ବଳରେ ବୁଗୁଡା ଆଇସିଡିଏସ କାର୍ଯ୍ୟାଳୟକୁ ତାଙ୍କର କନ୍ୟାଶିଶୁକୁ  ସରକାରଙ୍କ ପକ୍ଷରୁ ଯୋଗାଯାଉଥିବା ପୋଷଣ ପ୍ରଦାନରୁ କାହିଁକି ବଞ୍ଚôତ କରାଯାଇଛି, ସେ ନେଇ କୈଫିୟତ ମାଗିଥିବା ଜଣାଯାଇଛି । ତେବେ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।