ଚକ ପାଇଁ ପହି ଉପଯୋଗୀ ହେଉନାହିଁ : ରଥକାଠ ପହଞ୍ଚôବାରେ ବିଳମ୍ବ

 ପୁରୀ  : ରଥଯାତ୍ରା ପାଇଁ ରଥଖାଳାରେ ନିର୍ମାଣ ଚାଲିଛି ୩ରଥ ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ୱଜ । ୨୦୩ଜଣ ବିଭିନ୍ନ ସେବକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତ୍ରୟୋବିଂଶତମ ଦିବସରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତାଳଧ୍ୱଜ ରଥର ୩ଟି ଚକ, ଦର୍ପଦଳନ ଓ ନନ୍ଦିଘୋଶ ରଥର ୨ଟି ଲେଖାଏଁ ଚକ ପାଇଁ ରହିଥିବା ପଇ ଉପଯୋଗୀ ନହେବା ଦୃଷ୍ଟିରୁ ବରିଷ୍ଠ ତତ୍ତ୍ୱାବଧାରକ କଟିଂ ପଇ ଖପୁରିଆ ସମିଲ୍ରୁ କଟିଂ କରାଇ ଆଣି ରଥଖଳାରେ ପହଞ୍ଚାଇଛନ୍ତି । ୭ଟି ଚକର ନିର୍ମାଣ ପାଇଁ ୩ରଥର ମହାରଣା ସେବକ ପଇ ବିନ୍ଦ କାର୍ଯ୍ୟ କରୁଛନ୍ତି । ୩ରଥର ମହାରଣା ସେବକମାନେ ୩ରଥର ବକେୟା ଅଂଶଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ୩ରଥର ୮ଟି ଲେଖାଏଁ ୧୨ଗୋଟି ଭୂଇଁ ଚଉତା, ୪ଗୋଟି ଲେଖାଏଁ ମୁହାଁଟ, ୪ଗୋଟି ଲେଖାଏଁ ନିରାଡ଼ ଓ ୧୨ଗୋଟି ଲେଖାଏଁ ଭୂଇଁ ଖମ୍ବି ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ହୋଇ ସେଗୁଡ଼ିକର ବିନ୍ଧ କାର୍ଯ୍ୟ ଜାରି ରହିଛି । ୩ରଥର ୪୪ଗୋଟି ଯୋକା ମଧ୍ୟରୁ ମହାରଣା ସେବକମାନେ ୧୦ଗୋଟି ଲେଖାଏଁ ଯୋକା ନିର୍ମାଣ ଶେଷ କରିଛନ୍ତି । ରୂପକାରମାନେ ସାଲଗୁଜରେ ନୃସିଂହ ରୂପେ ଖୋଦେଇ କରି ପଲିସ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଅଖ, ଦଣ୍ଡା, ବିଡ଼ିଆ ଏବଂ ଚଉରସ କାଠ ନିର୍ମାଣ ଜାରି ରହିଛି । ଦୋଳବେଦୀ ଠାରେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଆବଶ୍ୟକ କାଠ, ବାଉଁଶରେ ନିର୍ମିତ ପୂଜା ସରଞ୍ଜାମ ପାହି ମହାରଣା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।