ଅବସରକାଳୀନ ସମ୍ବର୍ଦ୍ଧନା ସଭା
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସପନେଶ୍ୱର ନୋଡାଲ କ୍ଲଷ୍ଟର ପକ୍ଷରୁ କଜଳବନ୍ଧ କେବି ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ସିଆରସିସି ଉମାକାନ୍ତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି, ସିଆରସିସି ମଳୟ ଜେନା ମୁଖ୍ୟବକ୍ତା, ବିଆରସିସି ଚନ୍ଦ୍ରଶେଖର ତ୍ରିପାଠୀ, ସିଆରସିସି ବିଭୁରଞ୍ଜନ ସାହୁ, ବିଦ୍ୟାଳୟ ପରି·ଳନା କମିଟି ସଭାପତି ବାସୁଦେବ ସାମଲ, ଶ୍ରୀରାମ ଜେନା, କୁଳମଣି ନାୟକ, ନିଧିରାମ ପରିଡା ସମ୍ମାନିତଅତିଥି ଭାବେ ଯୋଗ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଶିକ୍ଷାନୁଷ୍ଠାନ ଓ ଶିକ୍ଷା ବିକାଶ କ୍ଷେତ୍ରରେ ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକନେତା ପ୍ରେମାନନ୍ଦ ଜୀବନଦାଶ ସ୍ୱାଗତଭାଷଣ ଓ ପ୍ରଧାନଶିକ୍ଷକ ଦିଲ୍ଲୀପ ମଲ୍ଲିକ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଉମାକାନ୍ତ ଖଟୁଆ, ଉତ୍ସବ ଚରଣ କୁଣ୍ଡ, ସ୍ନେହଲତା ନାୟକ, ଜଗଦାନନ୍ଦ ଦାଶ, କାଁହୁ ଚରଣ ପ୍ରଧାନ, ଦ୍ରୌପଦୀ ନାୟକ, ହରିଶ୍ଚନ୍ଦ୍ର ଅଧିକାରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ଶିକ୍ଷକନେତା ବିଜୟ କୁମାର କର, ଭରତ ଚନ୍ଦ୍ର ସାହୁ, ପୁଷ୍ପଲତା ନାୟକ, ନିଗମାନନ୍ଦ ଦାସ, ଗୌରୀପ୍ରିୟା ଦାସ, ଯୁଧିଷ୍ଠିର ଦାସ, ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।