ଟୁଲିପି ଇଣ୍ଟର୍ଣ୍ଣମାନଙ୍କ କର୍ମଶାଳା 


 ଜଟଣୀ: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ ଓଡିଶା ଜଳ ଜଳ ଯୋଗାଣ ଓ ନିଷ୍କାସନ ବୋର୍ଡ ତରଫରୁ ବିଭିନ୍ନ ପୌରାଞ୍ଚଳରେ ଧୂସର ଜଳ ପ୍ରକଳ୍ପ ପାଇଁ ନିଯୁକ୍ତ ହୋଇଥିବା ଗ୍ରେ ୱ୍ୟାଟର ଟୁଲିପି ଇଣ୍ଟର୍ଣ୍ଣମାନଙ୍କ ନିମନ୍ତେ ଏକ କର୍ମଶାଳା ଜଟଣୀ ପୌର ପରିଷଦ ଅଧୀନ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୋର୍ଡ ତରଫରୁ ଟ୍ରେନର ଭାବେ ପ୍ରକଳ୍ପ ଯନ୍ତ୍ରୀ ଲଷ୍ମୀକାନ୍ତ ତ୍ରିପାଠୀ ଓ ସହଯୋଗୀ ଉପସ୍ଥିତ ଥିବା ବେଳେ ଜଟଣୀ ନଗରପାଳିକାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଓ ପୌର ଯନ୍ତ୍ରୀ ଅନୁରାଧା ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଦୀପକ ରଞ୍ଜନ ରଥ ଏବଂ ଆଲୋକ ସ୍ୱାଇଁ ଉପସ୍ଥିତ ଥିଲେ । ପ୍ରଥମାର୍ଦ୍ଧରେ ପ୍ରଶିକ୍ଷଣ ଦିଆଯିବା ପରେ ଦ୍ୱିତୀୟାର୍ଦ୍ଧରେ ଗ୍ରେ ୱାଟର ପ୍ରକଳ୍ପର କ୍ଷେତ୍ର ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପୂର୍ବଦିନ ବିଭିନ୍ନ ପୌରାଞ୍ଚଳରେ ଯୋଗଦାନ କରିଥିବା ଗ୍ରେ ୱ୍ୟାଟର ଇଞ୍ଜିନିଅର ମାନେ ଜଟଣୀ ପୌରାଞ୍ଚଳ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୌର କର୍ମ·ରୀ ଚିନ୍ମୟ ସାହୁ, ମଧୁସ୍ମିତା ବିଶ୍ୱାଳ, ଜ୍ୟୋତିରଞ୍ଜନ ରାଉତରାୟଙ୍କ ସମେତ ଅନ୍ୟମାନେ ପରି·ଳନା କରିଥିଲେ ।