ନୃସିଂହ କହିଲେ ପାଣ୍ଡିଆନ୍ ଓ ନବୀନଙ୍କ ଭିତରେ ବହୁତ ଫରକ
nrusingha sahu

ଭୁବନେଶ୍ୱର : ଭିକେ ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ ରହିଛି । ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥା’ନ୍ତେ ରେଜଲ୍ଟ ଭଲ ହୋଇଥା’ନ୍ତା । ନବୀନ ପଟ୍ଟନାୟକ ନବୁଲି ଅନ୍ୟ କେହି ପ୍ରଚାର କଲେ କେମିତି ହେବ ? କିଛି ଆସନ ଟିକେଟକୁ ନେଇଥିବା ଅସନ୍ତୋଷ କାରଣରୁ ଚାଲିଯାଇଛି ବୋଲି ବରିଷ୍ଠ ବିଜେଡ଼ି ନେତା ନୃସିଂହ ସାହୁ ପ୍ରକାଶ କରିଛନ୍ତି ।
ବିଜୁ ଜନତା ଦଳ ଏଯାଏଁ ପରାଜୟର ସମୀକ୍ଷା କରିପାରିଲାନି । ହେଲେ ବିଜେଡ଼ି ନେତାମାନେ ଧିରେଧିରେ ପରାଜୟ ନେଇ ମୁହଁ ଖୋଲୁଛନ୍ତି । କିଏ ନବୀନଙ୍କ ଆଡ଼କୁ ଅଙ୍ଗୁଳି ଦେଖାଉଛି ତ ଆଉ କିଏ ପାଣ୍ଡିଆନଙ୍କ ଆଡ଼କୁ । ଏବେ ବରିଷ୍ଠ ନେତା ପଦ୍ମନାଭ ବେହେରା ପଦ୍ମ ଜିତିବା ଓ ବିଜେଡ଼ି ହାରିବାର କାରଣ କହିଛନ୍ତି । ସେ କହିଛନ୍ତିଯେ, ଆମ ଇସ୍ତାହାର ଠାରୁ ବିଜେପିର ଇସ୍ତାହାର ଭଲ ଥିଲା । ଲୋକେ ତାହାକୁ ଗ୍ରହଣ କଲେ । ସୁଭଦ୍ରା ଯୋଜନା, ଧାନ ଏମଏସପି ୩୧ ଶହ ଟଙ୍କା ଓ ମାଗଣା ବିଜୁଳି କଥା କହିଲେ । ପାଣ୍ଠି, ପ୍ରାର୍ଥୀ ଚୟନ, ପରିଚାଳନା କଥା ବି ସେ ଉଠାଇଛନ୍ତି । ସେହିପରି ନବୀନ ବାବୁ ଆଉ ଟିକେ ପ୍ରଚାର କରିଥିଲେ ଦଳ ଜିତିପାରିଥା’ନ୍ତା ବୋଲି ସେ କହିଛନ୍ତି ।