ଦୁଇ ମାସ ନପୂରୁଣୁ ଫାଟିଲା ରାସ୍ତା!

ନାଉଗାଁ : ରାସ୍ତା ତିଆରି ହେବାର ଦୁଇ ମାସ ନବୂରୁଣୁ ଫାଟିଛି ରାସ୍ତା । ପୂର୍ତ୍ତ ବିଭାଗର ଅଜବ ନୀତି । ଅରଖକୁଦ ରୁ ଦେବୀଦୋଳ ସଂଯୋଗ କରୁଥିବା ରାସ୍ତାର କାର୍ଯ୍ୟକୁ ପୁରିଲାନି ଦୁଇ ମାସ । କିନ୍ତୁ ଖାଲଖମାରେ ପରିପୂର୍ଣ୍ଣ ହୋଇ ମରଣଯନ୍ତା ପାଲଟିଛି ରାସ୍ତା । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ରୋହିଆ ପଞ୍ଚାୟତର ଅରଖକୁଦରୁ ଦେବୀଦୋଳ ସଂଯୋଗୀ କରଣ ରାସ୍ତାର ମରାମତି କାର୍ଯ୍ୟ ନିମନ୍ତେ ୪ଟି ପର୍ଯାୟରେ ପାଖାପାଖି ୨୦ ଲକ୍ଷ ବ୍ୟୟ ଅଟକଳରେ ଏକାଧିକ ଠିକା ଦାର ନିଯୁକ୍ତି କରାଯାଇ ଉକ୍ତ ପିଚୁ ରାସ୍ତାର ମରାମତି କାର୍ଯ୍ୟ କରାଯାଇଥିଲା । ହେଲେ ପୂର୍ତ୍ତ ବିଭାଗର ଅଣଦେଖା ଓ ଅବହେଳାରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟକୁ ଅତି ନିମ୍ନମାନର କରି ସମସ୍ତ ଅର୍ଥ ରାଶିକୁ ଚଳୁ କରିବା ପାଇଁ ଉଦ୍ୟମ କରିଛନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ । ଉକ୍ତ ରାସ୍ତା ଦେଇ ରୋହିଆ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ପ୍ରାୟ ୧୦୦୦ ଉର୍ଦ୍ଧ ଲୋକେ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ହୋଇଥିବା ବେଳେ ରାସ୍ତାର ବର୍ତ୍ତମାନ ଏଭଳି ପରିସ୍ଥିତି ଯାହାକି ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି । ଅନ୍ୟପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉକ୍ତ ରାସ୍ତା ଆହୁରି ଖରାପ ହେବାର ଲାଗିଛି । ଯାହାକି ଏବେ ସ୍ଥାନୀୟବାସୀଙ୍କ ପାଇଁ ମୁଣ୍ଡ ବିଧାର କାରଣ ପାଲଟିଛି । ଏହି ରାସ୍ତା କୁ ତୁରନ୍ତ ପୁନଃ ନିର୍ମାଣ କରାଯିବା ସହିତ ନିମ୍ନ ମାନର କାର୍ଯ୍ୟ କରିଥିବା ଅର୍ଥ ଚଳୁ କରିଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି କରାଯାଇଛି ।