ଷଷ୍ଠ ଆରମ୍ଭ ମହୋତ୍ସବ ଉଦ୍ଘାଟିତ
ପୁରୀ : ଦୁଇ ଦିନିଆ ଷଷ୍ଠ ଆରମ୍ଭ ମହୋତ୍ସବ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍ଘାଟିତ ହୋଇଯାଇଛି । ଏହି ସାଂସ୍କୃତିକ ମହୋତ୍ସବକୁ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ଉଦ୍ଘାଟନ କରିଥିବାବଳେ ମୁଖ୍ୟ ଅତିଥିଭାବେ ଅମିତ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ନିଶାନ୍ତ ସାହୁ, ଅନିରୁଦ୍ଧ ରାଉତ, ସୂଚୀସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ସମ୍ମାନରେ ସୁଭାଷ ମିଶ୍ର, ସମାଜସେବୀ ସମ୍ମାନରେ ଚିନ୍ମୟୀ ଦେଓ, ଯୁବ ପ୍ରତିଭା ସମ୍ମାନରେ ସନ୍ତୋଷ ବିନ୍ଧାଣୀ ଓ ଜ୍ଞାନ ମହାନ୍ତି ସମ୍ମାନିତ ହୋଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଦ୍ଭୟିତ ପାଣିଗ୍ରାହୀ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିବା ବେଳେ କଟକ ଶିଳ୍ପୀ କଳାନିକେତନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଲିଙ୍ଗରାଜ ନୃତ୍ୟାଳୟ ଓ ନୀଳାଦ୍ରି କଲଚରାଲ ଏକାଡେମୀ ପକ୍ଷରୁ ମନସ୍ମିତା ସାହୁ ନୃତ୍ୟ ପରିବେଷଣ କରିଥିବାବେଳେ କଣାସର ସଂଗୀତମ୍ ଅନୁଷ୍ଠାନର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଗଣେଶ୍ୱର ଦାସଙ୍କ ନିଦେ୍ର୍ଦଶନାରେ ଆରମ୍ଭ ପରିବାର ଓ ଏଲସାଇନର କଳାକାରମାନଙ୍କ ଦ୍ୱାରା ନାଟକ ‘ଉପହାର’ ମଞ୍ଚସ୍ଥ ହୋଇଥିଲା । ଏହି ସାଂସ୍କୃତିକ ମହୋତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ସଭାପତି ପ୍ରଦୀପ ମିଶ୍ର, ଉପସଭାପତି ସମୀର ଶତପଥୀ, ସଂପାଦକ ଦେବାଶିଷ ସିଂ, ସୌମ୍ୟରଂଜନ ମିଶ୍ର, ସୁଜିତ୍ ରାଉତରାୟ, ଆଶୁତୋଷ ପଟ୍ଟନାୟକ, ରାକେଶ ଜେନା, ଗଣେଶ୍ୱର ଦାସ, ପ୍ରଣୟ ରଣ ସିଂ, ପ୍ରଭୁପାଦ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ ଓ ଜ୍ୟୋତିରଞ୍ଜନ ଲେଙ୍କା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।