ଗୁଗୁଲ୍ ମ୍ୟାପ୍ରେ ଓଡ଼ିଆ ଭାଷା ଗାୟବ : ଦୁର୍ଭାଗ୍ୟ
ଆଜି ଉତ୍କଳ ଦିବସ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା । ସେଦିନ ଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖ । ସମୟକ୍ରମେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପହଞ୍ଚିଥିବା ସୁବିସ୍ତୃତ ଓଡ଼ିଶା ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ଏହି ଦିନରେ ଏକତ୍ର ହୋଇଥିଲା । ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ସେହିଦିନରୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଉଛି । ହେଲେ ଦୁଃର କଥା ଆଜି ବି ଓଡ଼ିଶା ଅବହେଳିତ ନିଜ ରାଜ୍ୟରେ । ଏପରି କହିବାର କାରଣ ଆମେରିକୀୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ମ୍ୟାପ୍ ଦ୍ଵାରା ପ୍ରକାଶିତ ଏକ ଖବର ଅନୁଯାୟୀ, ଭାରତ ଗୁଗୁଲ ମାଚଚିତ୍ରରେ ଯଦି ଆମେ ଓଡ଼ିଶାକୁ ସର୍ଚ୍ଚ କରିବା ତେବେ ଓଡ଼ିଶା ଇଂରାଜୀରେ ଲେଖାଥିବା ପାଇବା । ହେଲେ ଗୁଗୁଲ ମ୍ୟାପ୍ରେ ଭାରତର ଅନ୍ୟ ରାଜ୍ୟଗୁଡିକର ନାମ ଇଂରାଜୀ ଲେଖାହେବା ସହ ନିଜ ନିଜ ଆଞ୍ଚଳିକ ଭାଷାରେ ଲେଖାଯାଇଛି କିନ୍ତୁ ଓଡ଼ିଆ ରାଜ୍ୟର ପରିଚୟ ଯେ ଓଡ଼ିଆରେ ଲେଖାନଥିବା ସ୍ପଷ୍ଟଭାବେ ଦେଖିବାକୁ ମିଳିଛି । ଓଡ଼ିଶା ଓଡ଼ିଆ ଭାଷାରେ ଗୁଗୁଲ ମ୍ୟାପ୍ରେ ପ୍ରକାଶିତ ନ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଦୁର୍ଭାଗ୍ୟର ବିଷୟ ବୋଲି ମନେହୁଏ ଏବଂ ଓଡ଼ିଆମାନଙ୍କ ସ୍ୱାଭିମାନ ପ୍ରତି ଏକ କୁଠାରଘାତ ସଦୃଶ । ଯାହା ଏବେ ବୁଦ୍ଧିଜୀବୀ ମହଲରେ ଏହି ପ୍ରସଙ୍ଗ ଆଲୋଚନାର ବିଷୟ ପାଲଟିଛି । ତେବେ କେବେ ଗୁଗୁଲ ମ୍ୟାପ୍ରେ ଓଡ଼ିଶାର ନାଁ ଓଡ଼ିଆରେ ଲେଖାଥିବା ଦେଖିବାକୁ ମିଳିବ ତାହାକୁ ଏବେ ଅପେକ୍ଷା ।