ଇସ୍ପାତରେ ନିବେଶ ପାଇଁ ମୋହନଙ୍କ ଆହ୍ୱାନ

ଇସ୍ପାତରେ ନିବେଶ ପାଇଁ ମୋହନଙ୍କ ଆହ୍ୱାନ


 ଭୁବନେଶ୍ୱର :  ଓଡ଼ିଶାରେ ନିବେଶ ଅନୁକୂଳ ପରିବେଶ ରହିଛି  । ଶିଳ୍ପ ପାଇଁ ସମସ୍ତ ପ୍ରକାର ମୌଳିକ ଆବଶ୍ୟକତା ରାଜ୍ୟ ସରକାର ପୂରଣ କରୁଛନ୍ତି । ଦେଶର ସର୍ବାଧିକ ଲୁହା ଓଡ଼ିଶାରୁ ଉତ୍ପାଦିତ ହେଉଛି  । ୨୦୨୬ ମାର୍ଚ୍ଚ ସୁଦ୍ଧା ଆଉ ୨୨ ଖଣି ନିଲାମ ପାଇଁ ପଦକ୍ଷେପ ନିଆଯାଇଛି  । ୨୦୩୦ ସୁଦ୍ଧା ବାର୍ଷିକ ୧୩୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି  । ଓଡ଼ିଶା ଇସ୍ପାତର ହବ୍ ପାଲଟିଥିବାବେଳେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଶକମାନଙ୍କୁ ଆହ୍ୱାନ ଦେଇଛନ୍ତି  ।
ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଇଣ୍ଡିଆ ଷ୍ଟିଲ୍-୨୦୨୫ ଓ ରାଉଣ୍ଡଟେବୁଲ ବୈଠକରେ ଯୋଗଦେଇ ନିବେଶକମାନଙ୍କୁ ଓଡ଼ିଶାର ଇସ୍ପାତ ଶକ୍ତି, ସମ୍ଭାବନା ଓ ସୁଯୋଗ ସଂକ୍ରାନ୍ତରେ ଅବଗତ କରାଇଛନ୍ତି  । କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଓ ଫିକି ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି  । ସମୃଦ୍ଧ ଓଡ଼ିଶା ଥିମରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କ ସମ୍ମୁଖରେ ଓଡ଼ିଶାର ପ୍ରଗତି, ଶିଳ୍ପ ପ୍ରଗତି, ଇସ୍ପାତ କ୍ଷେତ୍ର ସଂକ୍ରାନ୍ତରେ ବିଶଦ ବିବରଣୀ ରଖିଥିଲେ  । ଖାଲି ସେତିକିନୁହେଁ ମୁମ୍ବାଇ ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ଇଣ୍ଡିଆନ୍ କେମିକାଲ କାଉନସିଲ, ଇଣ୍ଡିଆନ୍ ଡ୍ରଗ ମାନୁଫାକଚର ଆସୋସିଏସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ  ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ଇସ୍ପାତ ହେଉଛି ଓଡ଼ିଶା ଶିଳ୍ପର ମା’  । ଦେଶରେ ସର୍ବାଧିକ ଲୁହା ଓଡ଼ିଶାରୁ ଉତ୍ପାଦିତ ହୋଇଥାଏ  । ଦେଶର ୫୫% ଲୁହାପଥର ଖଣିଜ ଓଡ଼ିଶାରେ ରହିଛି  । ଓଡ଼ିଶାର ଲୁହାପଥର ଖଣିଜ ଉତ୍ପାଦନର ୫୦% କେବଳ କେନ୍ଦୁଝରରୁ ହୋଇଥାଏ  । ମୋ ଜିଲ୍ଲାରେ ଅନେକ କମ୍ପାନୀ ଖଣିଜ ଉତ୍ତୋଳନ କରୁଛନ୍ତି  । ଆମ ସରକାର କ୍ଷମତାକୁ ଆସିବା ପରେ ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି  । ଯାହାର ପ୍ରତିଫଳନ ଉକôର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଳେଭରେ ଦ୍ଭ ୭ ପୃଷ୍ଠାରେ...

ଦେଖିବାକୁ ମିଳିଛି  । ଶିଳ୍ପକୁ କଞ୍ଚାମାଲ, ଜମି, ରାସ୍ତା ସଂଯୋଗ, ରେଲୱେ ସଂଯୋଗ, ବିଜୁଳି ଓ ଜଳ ଯୋଗାଇବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି  । ଏମଏମଡ଼ିଆର ଆଇନ୍ ଆଧାରରେ ରାଜ୍ୟ ସରକାର ୪୪ଟି ବୃହତ୍ ଖଣିର ନିଲାମ କରିଛନ୍ତି  । ୨୦୨୬ ମାର୍ଚ୍ଚ ସୁଦ୍ଧା ଆଉ ୨୨ ଖଣି ନିଲାମ କରାଯିବାର ଲକ୍ଷ୍ୟ ରହିଛି  । ୨୦୩୦-୩୧ ବେଳକୁ ଦେଶର ଲୁହା ଚାହିଦା ୩୪୦ ନିୟୁତ ଟନ୍ ହେବାର ଥିବାବେଳେ କେବଳ ଓଡ଼ିଶା ୨୪୫ ନିୟୁତ ଟନ୍ ଲୁହାପଥର ଯୋଗାଇବାର ଲକ୍ଷ୍ୟ ରଖିଛି  । 
ଦେଶର କୋଇଲା ଉତ୍ପାଦନରେ ଓଡ଼ିଶାର ଅଂଶ ୨୪% ରହିଛି  । ଦେଶର ବଡ଼ କୋଇଲା ବ୍ଳକ ଓଡ଼ିଶାରେ ହିଁ ରହିଛି  । ଦେଶରେ ଇସ୍ପାତ ଓ ଷ୍ଟେନଲେସ୍ ଷ୍ଟିଲ ଉତ୍ପାଦନରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ଅଛି  । ଓଡ଼ିଶାରେ ଏବେ ୫୪ଟି ଇସ୍ପାତ ପ୍ଳାଣ୍ଟ ଥିବାବେଳେ ବାର୍ଷିକ ୪୧.୨୧ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହେଉଛି  । ୨୦୩୦ ସୁଦ୍ଧା ୧୩୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି  । ରାଜ୍ୟରେ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ ଉପଲବ୍ଧତା ନିମନ୍ତେ ସରକାର ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି  । ଓଡ଼ିଶାରେ ରେଳବାଇ, ରାସ୍ତା, ବିମାନବନ୍ଦର ଓ ବନ୍ଦରରେ ନିବେଶ ପାଇଁ ଅନେକ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି  । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଦ୍ୱାରା ଓଡ଼ିଶା ନିବେଶ ଅନୁକୂଳ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି  ।