ପୁଣି ଓଡ଼ିଶା ପାଇଁ ଖେଳିବେ ଶୁଭ୍ରାଂଶୁ

 କଟକ  : ରାଜ୍ୟକୁ ପୁଣି ଫେରିବେ କି୍ରକେଟର ଶୁଭ୍ରାଂଶୁ ସେନାପତି । ଓଡ଼ିଶା କି୍ରକେଟ ଜଗତର ପ୍ରତିଭାବାନ ଖେଳାଳି ଶୁଭ୍ରାଂଶୁ ସେନାପତି ଛତିଶଗଡ଼ ଛାଡ଼ି ପୁଣିଥରେ ନିଜ ରାଜ୍ୟକୁ ଫେରିବାକୁ ଯାଉଛନ୍ତି ବୋଲି ଓସିଏ ସଂପାଦକ ସଞ୍ଜୟ ବେହେରା ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତ ବର୍ଷ ଓଡ଼ିଶା କି୍ରକେଟ ଛାଡ଼ି ଶୁଭ୍ରାଂଶୁ ମଧ୍ୟପ୍ରଦେଶ କି୍ରକେଟ ଦଳ ସହିତ ଯୋଗ ଦେଇଥିଲେ । ପାଖାପାଖି ଗୋଟିଏ ସିଜିନ ମଧ୍ୟପ୍ରଦେଶ ପକ୍ଷରୁ ଶୁଭ୍ରାଂଶୁ ଖେଳି ସାରିଛନ୍ତି । ଏବେ ସେ ଓଡ଼ିଶାକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା କି୍ରକେଟ ଜଗତର ଏହି ଯୁବ ତାରକାଙ୍କ ଖେଳ ଓ ପ୍ରଦର୍ଶନ ଦେଖି ଆଇପିଏଲ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପରକିଙ୍ଗ୍ସ ନିଜ ଦଳରେ ଶୁଭ୍ରାଂଶୁଙ୍କୁ ସାମିଲ କରିଥିଲା । ହେଲେ ୨୦୨୫ ସିଜିନ ପାଇଁ ମେଗା ଅକ୍ସନ ପୂର୍ବରୁ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁରପକିଙ୍ଗ୍ସ ଦଳ ରିଲିଜ କରିଦେଇଥିଲା । ଏ ପର୍ଯ୍ୟନ୍ତ ଶୁଭ୍ରାଂଶୁ ୫୭ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳିଥିବାବେଳେ ୩୨୧୮ ରନ ସଂଗ୍ରହ କରିଛନ୍ତି ।