୨୪ ଏଏସପିଙ୍କୁ ପଦୋନ୍ନତି ; ୫ ଜଣ ହେଲେ ଡିସିପି
odisha police
ଭୁବନେଶ୍ୱର : ରାଜ୍ୟ ସରକାର ୨୪ ଜଣ ବରିଷ୍ଠ ଓପିଏସ ଅଧିକାରୀଙ୍କୁ ଏସପି ଭାବେ ପଦୋନ୍ନତି ଦେଇଛନ୍ତି । ବରଗଡ଼ର ଏଏସପି ତପନ କୁମାର ମହାନ୍ତି, ଭିଜିଲାନ୍ସ ଏଏସପି ବିମଳେନ୍ଦୁ ଶତପଥି, ସିଲଭେରିୟସ ଟପ୍ପୋ, ସୁରେନ୍ଦ୍ରନାଥ ମୁର୍ମୁ ଓ ପ୍ରକାଶ ଚନ୍ଦ୍ର ପାଳଙ୍କୁ କମିଶନରେଟ୍ ପୁଲିସର ଡିସିପି ଭାବେ ନିଯୁକ୍ତି ମିଳିଛି । ସେହିପରି ସମ୍ବଲପୁର ଏଏସପି ହରେଶ ଚନ୍ଦ୍ର ପାଣ୍ଡେଙ୍କୁ ଏଆଇଜି, ଭିଜିଲାନ୍ସର ଏସପି ଭାବେ, ମଧୁସୂଦନ ବେହେରାଙ୍କୁ କଟକ ପୁଲିସ ହେଡ଼କ୍ୱାର୍ଟର ଏସପି ଭାବେ ନିଯୁକ୍ତି ଦିଆଯାଇଛି ।
ଅପରପକ୍ଷରେ ନୂଆପଡ଼ା ଏଏସପି ଇନ୍ଦ୍ରମଣି ବେହେରାଙ୍କୁ କଟକ ପୁଲିସ ହେଡ଼କ୍ୱାର୍ଟର ଏସପି ଭାବେ, ବଲାଙ୍ଗୀର ଏଏସପି ହେମନ୍ତ କୁମାର ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସୁରକ୍ଷା ଅଧିକାରୀ, କନ୍ଧମାଳ ଏଏସପି ବଳଭଦ୍ର ଦୀପଙ୍କୁ ପୁଲିସ ରିକ୍ରୁଟମେଣ୍ଟ ବୋଡର଼୍ର ଏସପି ଭାବେ ଅବସ୍ଥାପିତ କରାଯାଇଛି । ଏସିପି ଶେଖ୍ ଶରିଫୁଦ୍ଦିନଙ୍କୁ ଅନୁଗୁଳ ଏସପି ଭାବେ, ଏସିପି ତପନ କୁମାର ଦାସଙ୍କୁ କଟକ ପୁଲିସ ହେଡକ୍ୱାର୍ଟର ଏସପି ଭାବେ, ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କୁ ଏଆଇଜି, ଭିଜିଲାନ୍ସର ଏସପି, ଲମ୍ବୋଦର ବୁଡ଼ାଙ୍କୁ ଏଆଇଜି, ଭିଜିଲାନ୍ସର ଏସପି, ପୁରୁଷୋତ୍ତମ ସେଠୀଙ୍କୁ ପୁଲିସ ହେଡ଼କ୍ୱାର୍ଟର ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ଅସୀମ କୁମାର ପଣ୍ଡାଙ୍କୁ ପୁଲିସ ହେଡ଼କ୍ୱାର୍ଟର ଏସପି ଭାବେ, ମହେଶ୍ୱର ସେଠୀଙ୍କୁ ଏଆଇଜି, ଭିଜିଲାନ୍ସ ଏସପି ଭାବେ, କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ, ସୁନୀଲ କୁମାର ନନ୍ଦଙ୍କୁ ସ୍ପେଶିଆଲ ବ୍ରାଞ୍ଚ ଏସପି ଭାବେ, ଯଶୋବନ୍ତ ସାମଲଙ୍କୁ ସ୍ପେଶିଆଲ ବ୍ରାଞ୍ଚ ଏସପି, ରବୀନ୍ଦ୍ର ନାଥ ଶତପଥିଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଏସପି ଭାବେ ଓ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ନିଯୁକ୍ତି ଦିଆଯାଇଛି ।