ନିରାପଦ ଫର୍ନେସ ପ୍ରଚାଳନ ତାଲିମ୍
ଭୁବନେଶ୍ୱର : ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନରେ ରାଜ୍ୟରେ କାରଖାନା ମାନଙ୍କରେ ସୁରକ୍ଷିତ କାର୍ଯ୍ୟସ୍ଥଳୀ ପ୍ରସ୍ତୁତି ସହିତ ସୁରକ୍ଷାକୁ ଅଗ୍ରାଧିକାର ଦେବା ଲକ୍ଷ୍ୟରେ କାରଖାନା ଓ ବାଷ୍ପିତ୍ର ନିଦେ୍ର୍ଦଶାଳୟ ପକ୍ଷରୁ ଭିନ୍ନ ଭିନ୍ନ୍ ସ୍ପର୍ଶକାତର ପ୍ରସଙ୍ଗ ଉପରେ ଅନୁଷ୍ଠିତ ହେଉଥିବା ତାଲିମ କର୍ମଶାଳା କ୍ରମରେ ଆଜି ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୂଲ୍ୟରେ ନିରାପଦ ଫର୍ନେସ ପ୍ରଚାଳନ ଉପରେ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କାରଖାନା ଏବଂ ବାଷ୍ପିତ୍ର ନିଦେ୍ର୍ଦଶକ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ କର୍ମଶାଳାକୁ ଉଦଘାଟନ କରି ଦକ୍ଷତା ବିକାଶ ନିମନ୍ତେ ଗୁରୁତ୍ୱାରୋପ କରିବା ସହିତ ଶୂନ୍ୟ ଦୁର୍ଘଟଣା ନୀତି ଉପରେ ସବୁ ସ୍ତରରେ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ରାଜ୍ୟ ଶ୍ରମ ପ୍ରତିଷ୍ଠାନର ନିଦେ୍ର୍ଦଶକ ନିତି ରଂଜନ ସେନ ଉଦଘାଟନୀ ସଭାରେ ପୌରୋହିତ୍ୟ କରି ସୁରକ୍ଷା ଏବଂ ଶୂନ୍ୟ ଦୁର୍ଘଟଣା ନୀତି ଉପରେ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ କାରଖାନା ଏବଂ ବାଷ୍ପିତ୍ର ନିଦେ୍ର୍ଦଶାଳୟର ଉପ ନିଦେ୍ର୍ଦଶକ (ସୁରକ୍ଷା), ଡ. ମଳୟ କୁମାର ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ସମ୍ବଲପୁର ମଣ୍ଡଳ ଉପନିଦେ୍ର୍ଦଶକ ସ୍ୱରୂପ ଜେନା ତାଲିମ କର୍ମଶାଳା ରେ ଯୋଗ ଦେଇ ଉଦବୋଧନ ଦେବା ସହିତ ତାଲିମ କର୍ମଶାଳାକୁ ସଞ୍ଚାଳନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୫୮ ଜଣ ଭିନ୍ନ ଭିନ୍ନ ବର୍ଗର କାରଖାନା ଅଧିକାରୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ପ୍ରମାଣପତ୍ର ବିତରଣ କରାଯାଇଥିଲା ।