ଅନଲାଇନ୍ ବେଟିଂ ଆଳରେ କୋଟିଏ ଠକେଇ: ବନ୍ଧାହେଲେ ୨ ଠକ
ଭୁବନେଶ୍ୱର/କଟକ: ଅନ୍ଲାଇନ କ୍ରିକେଟ୍ ବେଟିଂ ଆଳରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି, ପଶ୍ଚିମବଙ୍ଗର ବାସିନ୍ଦା ଏସ୍.କେ. ୱାସିଉଲ୍ ଇସଲାମ୍ ଓରଫ ରୋହନ୍ ଏବଂ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଜ୍ୟୋତି ପ୍ରକାଶ ପଲ୍ଲାଇ । ପୋଲିସ ଅଭିଯୁକ୍ତଙ୍କ ଠାରୁ ପାସବୁକ୍, ଚେକ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଜିଏସଟି ସାର୍ଟିଫିକେଟ୍, ଆଧାର ଏବଂ ପାନ କାର୍ଡ ଜବତ କରିଛି । ଏହା ସହ ଉଭୟ ଅଭିଯୁକ୍ତଙ୍କ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି । ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳର ଜଣେ ବ୍ୟକ୍ତି ଅନଲାଇନ ଗେମରେ କ୍ରିକେଟ ବେଟିଂ ମାଧ୍ୟମରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ସଂକ୍ରାନ୍ତରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ପ୍ରାରମ୍ଭରେ ସାଇବର ଅପରାଧୀମାନେ ତାଙ୍କୁ ଅନଲାଇନ କ୍ରିକେଟ୍ ବେଟିଂର ଦୁଇଟି ୱେବସାଇଟ୍ ଲିଙ୍କ୍ ସେୟାର କରିଥିଲେ । ଡଙ୍ଗଙ୍ଗ.ୟକ୍ସରବଜ୍ଞ୪୪୪.ମକ୍ଟଜ୍ଞ ଏବଂ ଙ୍ଗଙ୍ଗଙ୍ଗ.ୟକ୍ସରବଜ୍ଞ୬୬୬.ମକ୍ଟଜ୍ଞ ଆଇଡି ବ୍ୟବହାର କରି କ୍ରିକେଟ୍ ବେଟିଂ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ଉପରୋକ୍ତ ଦୁଇ ସାଇବର ଅପରାଧୀ ପ୍ରଲୋଭିତ କରିଥିଲେ ।
ସେହି ଅନୁଯାୟୀ ବ୍ୟକ୍ତି ଜଣକ ପ୍ରଥମେ ଅଳ୍ପ କିଛି ଟଙ୍କା ବିନିଯୋଗ କରିଥିଲେ । ଅନ୍ୟ ପକ୍ଷରେ ଅପରାଧୀମାନେ ମଧ୍ୟ ତାଙ୍କୁ କିଛି କିଛି ଟଙ୍କା ଫେରସ୍ତ କରିଥିଲେ । ଯାହା ଫଳରେ ଟଙ୍କା ଫେରସ୍ତ ପାଇବାକୁ ତାଙ୍କର ବିଶ୍ୱାସ ସୃଷ୍ଟି ହୋଇଥିଲା । ଅଭିଯୋଗକାରୀ ଜଣକ ତାଙ୍କ ପନôୀ, ବନ୍ଧୁ ଏବଂ କର୍ମଚାରୀଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ୧ କୋଟି ୮ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ଅନ୍ୟପକ୍ଷରେ ସାଇବର ଅପରାଧୀମାନେ ତାଙ୍କୁ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ଦିନ ପରେ ଦିନ ଗଡାଇ ଚାଲିଥିଲେ । ଅଗଷ୍ଟ ୨୦୨୨ରୁ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ୱେବସାଇଟ ମାଧ୍ୟମରେ ସେ ଉପରୋକ୍ତ ପରିମାଣର ଟଙ୍କା ଜମା କରିଥିଲେ । ତେବେ ଦିନ ଗଡିବା ସତ୍ତ୍ୱେ ଟଙ୍କା ଫେରସ୍ତ ନପାଇବାରୁ ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।