ଦୁର୍ଘଟଣାରେ ୨ ମୃତ


 ବୈଶିଙ୍ଗା: ବୁଧବାର ଭୋର ସାଢ଼େ ୪ଟା ସମୟରେ ବୈଶିଙ୍ଗା ଥାନା ଅନ୍ତର୍ଗତ ଆଗ୍ରିଆ ହନୁମାନ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତୁ୍ୟ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି  । ମିଳିଥିବା ସୂଚନା ମୁତାବକ ବାଲେଶ୍ୱର ସହରରେ ବିଦୁ୍ୟତ ସରବରାହ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଟ୍ରାକ୍ଟର ବାରିପଦାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଆଗ୍ରିଆ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା  । ଟ୍ରକ ଧକ୍କାରେ ଟ୍ରାକ୍ଟରଟି ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିବାରୁ ଏହାର ଡାଲା ତଳେ ବାହାର ରାଜ୍ୟରୁ ଆସି ଥିବା ଶ୍ରମିକମାନେ ଚାପିହୋଇ ଯାଇଥିଲେ  । ଖବରପାଇ ବୈଶିଙ୍ଗା ପୁଲିସ ପହଞ୍ଚô ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ଦୁଇ ଜଣଙ୍କର ମୃତୁ୍ୟ ହୋଇଯାଇଥିଲା  । ସେମାନେ ହେଲେ ହରିୟାଣା କର୍ଣ୍ଣଲ୍ ଜିଲ୍ଲାର ସୁନ୍ଦର ଡଲ୍ ବୟସ ୪୦ ଓ ଉତ୍ତରପ୍ରଦେଶ ମିରଟ ଅଞ୍ଚଳର ଅତୁଲ ଭାରତୀ ୩୮ ବର୍ଷ  । ଆହତମାନେ ହେଲେ ହରିୟାଣା କର୍ଣ୍ଣଲ୍ ଅଞ୍ଚଳର ପ୍ରଦିପ ରମଣ, କରନ୍ ଭଟ୍ଟନାଗର ଓ ବିକାଶ କଲ୍ୟାଣ  । ଆହତମାନଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ନେଇଥିଲେ ଗୁରୁତର ହେବାରୁ ପରେ ବାରିପଦା ପିଆରଏମ୍ ମେଡିକାଲରେ ଚିକିସôା ପାଇଁ ଭର୍ତ୍ତି କରାଯାଇଛି । ତେବେ ଫେରାର ହୋଇଯାଇଥିବା ଟ୍ରକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଚାଲିଥିବା ବୈଶିଙ୍ଗା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି  ।