ପାରିବାରିକ କଳହ ଲାଗି ଶାଶୂକୁ ହତ୍ୟା କଲା ବୋହୂ  

ପାରିବାରିକ କଳହ ଲାଗି ଶାଶୂକୁ ହତ୍ୟା କଲା ବୋହୂ  

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ ଦେଖିବାକୁ ମିଳିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ପାରିବାରିକ କଳହ ଲାଗି ବୋହୂ ନେଲା ଶାଶୂଙ୍କ ଜୀବନ । ଶାଶୂକୁ ନିଜ ମା’ଙ୍କ ସହ ମିଶି ହତ୍ୟା କରିଛି ବୋହୂ । ମୃତକ ଶାଶୂ ହେଲେ  କୁନି ନାୟକ(୪୭) । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଥିଲେ । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି ପଚରାଉଚରା କରୁଛି  ଅନୁଗୁଳ ସଦର ଥାନା ପୁଲିସ ।  


 
   ସୂଚନା ମୁତାବକ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ବୋହୂ ସରିତା ସାହୁଙ୍କର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବୋହୂ ସରିତା ଏକ ହାତୁଡିରେ ଶାଶୂଙ୍କୁ ପିଟିଥିବା କୁହାଯାଉଛି । ପୁଅ କାହ୍ନୁନାୟକ କାମରୁ ଘରକୁ ଫେରିବା ପରେ ମାଆ ପାଖ ରୁମରେ ଶୋଇଥିବା ନେଇ ସରିତା କହିଥିଲେ । ତେବେ ସେ ଯାଇ ଦେଖିଲା ବେଳକୁ ତାଙ୍କ ମାଆଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିଲା । ତାଙ୍କୁ ମେଡିକାଲ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।