ହିଟ ୱେଭ ପାଇଁ ଅନ୍‌ଲାଇନ୍ କ୍ଲାସ୍

ହିଟ ୱେଭ ପାଇଁ ଅନ୍‌ଲାଇନ୍ କ୍ଲାସ୍

 ଆଗକୁ ଅନଲାଇନ କ୍ଲାସ କରାଯିବାକୁ ନିଷ୍ପତି ନିଆଯାଇପାରେ । ଗ୍ରୀଷ୍ମ ପ୍ରବାହ ବଢିଚାଲିଥିବା ବେଳେ ହିଟ ୱେଭକୁ ଲକ୍ଷ୍ୟ କରି ସ୍କୁଲ କେବେ ଖୋଲିବ ସେନେଇ ଶିକ୍ଷା ବିଭାଗ ପରେ  ନିଷ୍ପତ୍ତି ନେବ । ତେବେ ସମୟ ଆଗରୁ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଆଗକୁ ଅନଲାଇନ କ୍ଲାସ କରାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ । ଏଥିପାଇଁ ଆଲୋଚନା କରାଯାଇପାରେ ।

 ଖରା ବଢୁଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଛି । ମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଏହି ଅନଲାଇନ କ୍ଲାସ ପାଇଁ ଆଲୋଚନା କରାଯିବ । ସେପଟେ ଗ୍ରୀଷ୍ମପ୍ରବାହ ପାଇଁ ସ୍କୁଲ ବନ୍ଦ ନେଇ ଶିକ୍ଷା ବିଭାଗ ତାଗିଦ କରିଛନ୍ତି । ହେଲେ ସବୁ ନିୟମକୁ ବେଖାତିର କରି କିଛି ସ୍ଥାନରେ  ବିଦ୍ୟାଳୟ ଚାଲିଛି । ନିୟମକୁ ଫୁ କରି ପ୍ରାଇଭେଟ ସ୍କୁଲ ଖୋଲୁଛି । କିନ୍ତୁ ଶିକ୍ଷା ବିଭାଗ ଏନେଇ ଶକ୍ତ ଆଭିମୁଖ୍ୟ ନେଇଛି । ଅନୁଧ୍ୟାନ କରୁଛି ଗଣଶିକ୍ଷା ବିଭାଗ । ଯଦି ନିୟମକୁ ଅବମାନନା କରି ସ୍କୁଲ ଖୋଲା ହେଉଥିବା ଲକ୍ଷ୍ୟ କରାଯିବ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।