ବରିଷ୍ଠ ନାଗରିକ : ମହାସଂଘର କାର୍ଯ୍ୟକାରିଣୀ

ଭଦ୍ରକ : ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ବିଦାୟକାଳୀନ ସଭା ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମହାସଂଘର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ଅବସରରେ ବରିଷ୍ଠ ମାନଙ୍କ ସମସ୍ୟା ସମ୍ପର୍କିତ ଏକ ୫ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତିି ନିଆଯାଇଛି । ଜିଲ୍ଲା ସଦର ମହକୁମାରେ ଶ୍ରଦ୍ଧାଳୟ ଯୋଜନାରେ ବରିଷ୍ଠମାନଙ୍କ ପାଇଁ ଜରାନିବାସ ସ୍ଥାପନ, ଜିଲ୍ଲାରେ ମହାସଂଘର ଅନୁବନ୍ଧିତ ୨୫ ଗୋଟି ସଂଘକୁ ଓଡିଶା ସରକାରଙ୍କ “ଅବଦାନ” କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ସଂଘକୁ ପଚାଶ ହଜାର ଲେଖାଏଁ ଦେବାକୁ ଦାବି ହୋଇଛି  ।