ଅପରେସନ ସିନ୍ଦୂରର ସଫଳତା: ବିଜେପି ପକ୍ଷରୁ ତି୍ରରଙ୍ଗା ଶୋଭାଯାତ୍ରା
ଜଟଣୀ : ଜଟଣୀରେ ସଂଗଠିତ ହିନ୍ଦୁ ପରିବାର ପକ୍ଷରୁ ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାର ବୀରତ୍ୱକୁ ମନେ ପକାଇ ଏକ ତିରଙ୍ଗା ଓ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ଆବାହକତ୍ୱରେ ହୋଇଥିବା ଏହି ତିରଙ୍ଗା ଓ ମଶାଲ ଶୋଭାଯାତ୍ରାରେ ପୂର୍ବତନ ଏୟାରଫୋର୍ସ ଅଧିକାରୀ ବେଣୁଧର ପଣ୍ଡା, ପୂର୍ବତନ ସେନା ଅଧିକାରୀ ଭାସ୍କର ପ୍ରଧାନଙ୍କ ସମେତ ୨୦ରୁ ଉର୍ଦ୍ଧ୍ୱ ପୂର୍ବତନ ସେନା ଅଧିକାରୀ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁକାନ୍ତି ମହାପାତ୍ର, ଜଟଣୀ ବାର ସୋସିଏସନର କର୍ମକର୍ତ୍ତା , ସ୍ଥାନୀୟ ବଜାର କମିଟିର ସଭ୍ୟଗଣ ଓ ସ୍ଥାନୀୟ ଯୁବକ ମାନେ ଯୋଗ ଦେଇଥିଲେ । ଡମଣେଇ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରି ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ଯାଇ ପୁଣି ଫେରିଥିଲା । ଏହାପରେ ଡମଣେଇ ମନ୍ଦିର ପରିସରରେ ପୂର୍ବତନ ସେନା ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।