ଶଙ୍କରେଶ୍ୱର ପୀଠରେ ଶାରଳା ମେଳା ମହୋସବ 

 ନିିଶ୍ଚିନ୍ତକୋଇଲି : ବରାଦୋ ପଞ୍ଚାୟତ ସ୍ଥିତ ପାଟପୁରର ଆରାଧ୍ୟ ଶ୍ରୀ ଶ୍ରୀ ଶଙ୍କରେଶ୍ୱରଙ୍କ ଯଜ୍ଞ ପଡ଼ିଆରେ ମା’ ଶାରଳା ପୂଜା କମିଟି ପକ୍ଷରୁ ବାର୍ଷିର୍କ ମେଳା ମହୋସôବ ଅନୁଷ୍ଠିତ ହୋଇଛି । ପ୍ରତୁ୍ୟଷରୁ ଆଖପାଖରେ ଥିବା ଗ୍ରାମଦେବତୀ ମାନଙ୍କର ମାର୍ଜନା ଓ ପୂଜାର୍ଚ୍ଚନା ଯଥାରୀତି କରାଯାଇଥିଲା । ମଳୟ ଦିକ୍ଷିତ୍ ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ସୁଦୂର ଝଙ୍କଡ଼ ମା’ ଶାରଳାଙ୍କ ପୀଠରୁ ଆଜ୍ଞାମାଳ ଆସି ମେଳା ମଣ୍ଡପରେ ଅଧିଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ପୁଷ୍କରିଣୀରୁ ଜଳ ଉତ୍ତୋଳନ କରାଯାଇ କଳସ ଶୋଭାଯାତ୍ରାରେ ଆସି ମେଳା ମଣ୍ଡପରେ ପହଞ୍ଚିଥିଲା । ପଣ୍ଡିତ ମହେଶ୍ୱର ଶତପଥୀ ସହଯୋଗୀ ସଞ୍ଜୟ ଦାଶ, ବିକାଶ ଦାଶ,ସାଗର ଶତପଥୀ ଙ୍କ ଦ୍ୱାରା ଶାରଳା ମେଳାର ବିଭିନ୍ନ କାର୍ଯ୍ୟକ୍ରମ ଯଥାରୀତି ସମ୍ପନ୍ନ କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ମଳୟ ଦିକ୍ଷିତ୍ ଓ ତାଙ୍କ ପତ୍ନୀ ମନିସା ଦିକ୍ଷିତ କାର୍ଯ୍ୟ ତୁଲାଇଥିଲେ । 
ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ବହୁ ଶାରଦା ପ୍ରେମୀ ଭକ୍ତ ଏଥିରେ ଯୋଗ ଦେଇ ମା’ଙ୍କ କୃପା ଭିକ୍ଷା କରିଥିଲେ । ପୂଜା କମିଟିର ସଭାପତି ଲକ୍ଷ୍ମୀଧର ଦିକ୍ଷିତ୍ ଓ ସମ୍ପାଦକ ଜୟରାମ ସେଠୀଙ୍କ ସଂଯୋଜନାରେ ଶାରଳା ପରିବାରର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।