ପାକର ସବୁ ଓଟିଟି ବ୍ୟାନ୍
ନୂଆଦିଲ୍ଲୀ: ପାକର ସମସ୍ତ ଓଟିଟି ପ୍ଳାଟଫର୍ମକୁ ଭାରତ ସରକାର ବ୍ୟାନ୍ କରିଦେଇଛନ୍ତି । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପାକିସ୍ତାନରୁ ସୃଷ୍ଟ ସମସ୍ତ ଅନଲାଇନ୍ କଂଟେଟ ଭାରତରେ ପ୍ରସାରିତ ହୋଇପାରିବ ନାହିଁ । ପୂର୍ବରୁ ମଧ୍ୟ ଭାରତ ସରକାର ପାକିସ୍ତାନର ୧୫ ୟୁଟୁ୍ୟବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଡନ, ଜିଓ ନୁ୍ୟଜ ସହ ଇର୍ସାଦ ଭାଟି, ଆସମା ଶିରାଜି ଓ ଉମର ଛିମା ଭଳି ସାମ୍ବାଦିକଙ୍କ ୟୁଟୁ୍ୟବ ଚ୍ୟାନେଲ ବି ବନ୍ଦ କରାଯାଇଛି । ଏମାନେ ସାମ୍ପ୍ରଦାୟିକ ହିଂସା ବଢ଼ାଇବା ପାଇଁ ମିଛ ଭିଡ଼ିଓ ପ୍ରସ୍ତୁତ କରୁଛନ୍ତି ବୋଲି ଭାରତ ପକ୍ଷରୁ କୁହାଯାଇଛି । ଯାହାକି ଜାତୀୟ ସୁରକ୍ଷାକୁ ବ୍ୟାହତ କରିବାର ଆଶଙ୍କା ରହିଛି ।