ବେତନଟୀରେ ଖୋଲିବ କିମ୍ସ-ଶୁଭ୍ରା ରୁରାଲ୍ ହସ୍ପିଟାଲ୍

 ଭୁବନେଶ୍ୱର/ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅନ୍ତର୍ଗତ କୁଞ୍ଚିଶୋଳ ଗ୍ରାମରେ ଏକ ରୁରାଲ ହସ୍ପିଟାଲ୍ ଚଳାଇବା ପାଇଁ ଭୁବନେଶ୍ୱରର କିମ୍ସ ଓ ଗୁଜରାଟର ଶୁଭ୍ରା ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି  । ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଓ ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନର ନିଦେ୍ର୍ଦଶିକ ସ୍ମିତା ମୁର୍ମଙ୍କ ଉପସ୍ଥିତରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି  । ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନ ପକ୍ଷରୁ ବଦ୍ରି ମହାପାତ୍ର ଓ କିମ୍ସ ପକ୍ଷରୁ ଏହାର ଗ୍ରୁପ୍ ନିଦେ୍ର୍ଦଶକ ଦିଲ୍ଲୀପ ପଣ୍ଡା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ  । ବୁଝାମଣା ଅନୁଯାୟୀ ହସ୍ପିଟାଲ୍ ପାଇଁ ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନ ପକ୍ଷରୁ ସମସ୍ତ ଭିତିଭୂମି ଯୋଗାଇ ଦିଆଯାଇଛି  । କିମ୍ସ ହସ୍ପିଟାଲ୍ର କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ, ଅପରେସନ୍ ଓ ସମସ୍ତ ପ୍ରଶାସନିକ ଦାୟିତ୍ୱ ବହନ କରିବ  । ସୂଚନାଯୋଗ୍ୟ, ସ୍ମିତା ମୁର୍ମୁ ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ବେଳେ ଗତ ୩୦ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ସମେତ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ସମାଜ ମଙ୍ଗଳ କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି  । କିମ୍ସ ଓ ଶୁଭ୍ରା ପ୍ରିୟମ୍ବଦା ହସ୍ପିଟାଲ୍ ହେଲେ ଏହା ଦ୍ୱାରା ବେତନଟୀ ତଥା ସ୍ଥାନୀୟ ଅଞ୍ଚଳର ଜନଜାତି ଓ ବହୁ ଜନସାଧାରଣ ଉପକୃତ ହୋଇପରିବେ  । ବେତନଟୀର କୁଂଚିଶୋଳ ଗ୍ରାମ ହେଉଛି ଓଡିଶା ତଥା ଭାରତର ଗର୍ବ ଓ ଗୌରବ ଜମ୍ମୁ କାଶ୍ମୀରର ପ୍ରଥମ ଏଲ୍ଜି ତଥା ଭାରତର ପୂର୍ବତନ ସିଏଜି ଡ. ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଜନ୍ମିତ ଗ୍ରାମ  । ଏଥିରେ ଖୁସି ବ୍ୟକ୍ତ କରି କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କହିଛନ୍ତି ଆମେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରିଆସୁଛୁ  । କିମ୍ସ-ଶୁଭ୍ରା ପ୍ରିୟମ୍ବଦା ହସ୍ପିଟାଲ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି  ସାମନ୍ତ ସୂଚନା ଦେଇଛନ୍ତି  ।