ଚାଲିଛି ଡଲଫିନ୍ ଗଣନା

ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣନା ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୯ଟି ଟିମ୍ ସାମିଲ୍ ହେବେ। ପ୍ରତି ଟିମରେ ୪ଜଣ ଡଲଫିନମାନଙ୍କ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହ ଗଣନା ଚାଲିବ ବୋଲି ସୂଚନା ମିଳିଛି।
୨୭ରୁ ୨୯ ତାରିଖ ଯାଏ ଭିତରକନିକା ଅଂଚଳରେ ଡଲଫିନ୍ ଗଣନା ପାଇଁ ଗଠନ କରାଯାଇଛି ୯ଟି ଟିମ୍ । ପାରାଦୀପରୁ ଜଟାଧାର ମୁହାଣ, ଆଉଟର ହୁଇଲରରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦୀପ, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, ହଂସିଣା ବ୍ରିଜ୍ରୁ ମାଇପୁରା ମାଉଥ୍, ଜମ୍ବୁ ଖରନାସିରୁ ହୁକିଟେଲା କାଳିଭଂଜଡିଆଁ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍ ଗଣନା କରାଯିବ।