ପହେଲଗାମ୍ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

 ବାରଙ୍ଗ : ଭୁବନେଶ୍ୱର ଉତ୍ତର ବିଜେପି ପକ୍ଷରୁ ପହେଲ୍ଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ବିଜେପି ନେତ୍ରୀ ସଂଯୁକ୍ତା ପଢ଼ିହାରିଙ୍କ ନେତୃତ୍ୱରେ   ବିଜେପି କର୍ମୀମାନେ ଢାୱା ଗ୍ରାମ ମୁଣ୍ଡରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରାରେ  ବାହାରି ସୋମନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସୋମନାଥ ମନ୍ଦିର ପରିସରରେ ପହଂଚି ସେଠାରେ ମହମବତୀ ଜାଳି ନୀରବ ପ୍ରାର୍ଥନା କରିଥିଲେ । ଏହି ଶୋଭାଯାତ୍ରାରେ ଦୁଷ୍ମନ୍ତ ସାସମଲ, ସୁକାନ୍ତ ପଣ୍ଡା, ଅକ୍ଷୟ କାଣ୍ଡି, ରୁଙ୍କୁଣି ଭୋଇ, ମାଗା ସାହୁଙ୍କ ସମେତ ୧୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀମାନେ ଅଂଶଗ୍ରହଣ କରିଥିଲେ ।