ବୁଲା କୁକୁରଙ୍କ ଦୌରାତ୍ମ୍ୟ

ସୋନପୁର:  ସୋନପୁର ପୌରାଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ନେଇ  ଆତଙ୍କ ଖେଳିଛି । ଗତ ଦୁଇ ଦିନରେ ସୋନପୁର ସହରର ୧୮ ଜଣ ବ୍ୟକ୍ତିଙ୍କୁ ବୁଲା କୁକୁର କାମୁଡ଼ାବାର ଅଭିଯୋଗ ନେଇ ସାଧାରଣ ଜୀବନ ଯାପନ ବ୍ୟାଘାତ ହୋଇଛି । ସୋନପୁର ସହରରେ ଦଳ ଦଳ ହୋଇ ବୁଲା କୁକୁର ବୁଲୁଛନ୍ତି । ଫଳରେ ବୃଦ୍ଧା ଓ ଛୋଟ ପିଲାମାନେ ବାହାରକୁ ବୁଲିବା ସୁରକ୍ଷିତ ମନେ କରୁନାହାଁନ୍ତି । ଏତେ ସଂଖ୍ୟାକ କୁକୁର ବୁଲିବାର ନେଇ ଚର୍ଚ୍ଚା ବିଷୟ ହୋଇଛି । ଅନେକ ରାସ୍ତାରେ କୁକୁର ଶୋଇବାର ନେଇ ଦୁଇ ଚକିଆ ଯାନବାହନ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ପ୍ରକାର ଥାଉ କି କେବଳ ସୋନପୁର ମୂଖ୍ୟ ଡାକ୍ତରଖାନାରେ  ୨୦୨୪ ନଭେମ୍ବରରୁ  ୨୦୨୫ ନଭେମ୍ବର ମାସ ପର୍ଯ୍ୟନ୍ତ ୮୯୩ଜଣ ଭର୍ତ୍ତି ହୋଇଛନ୍ତି । ଆଗାମୀ ଦିନରେ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କୁକୁର ଆତଙ୍କ  ସାମାଧାନ ନ ହେଲେ ଯାତ୍ରୀ ଓ ପର୍ଯ୍ୟଟକ ଅପଦସ୍ତ ହେବ ବୋଲି  ଆଶଙ୍କା ପ୍ରକାଶ ପାଇଲାଣି । ଅନ୍ୟ ପକ୍ଷରେ ଅନ୍ୟ ଅଞ୍ଚଳରୁ କୁକୁର ସୋନପୁର ଆଡକୁ ଛାଡି ଦେଉଥିବାର ଚର୍ଚ୍ଚା ହେଉଛି । ବୁଲା କୁକୁର ସମସ୍ୟା ନେଇ ସ୍ଥାନୀୟ ପ୍ରାଣୀ ଚିକିସôା ବିଭାଗ ଓ ପୌର ପରିଷଦ ମିଳିତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ କଡା ନିଦେ୍ର୍ଦଶ ଦେବାକୁ ଦାବି ହେଉଛି ।