ବରିଷ୍ଠ ନାଗରିକଙ୍କ ସଚେତନତା ଶିବିର

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଚନ୍ଦ୍ରଶେଖରପୁର ହାଉର୍ସିଂ ବୋର୍ଡ କଲୋନୀର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠମାନଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କର ଯୁଗ୍ମ ନିଦେ୍ର୍ଦଶକ ଅଜିତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଏଫ୍ଏସ୍ସିଏଓର ସଭାପତି ମଧୁମାଧବ ଜେନା ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ଅଧିକାର ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନର ଧାରା ଓ ଉପଧାରା ସମ୍ବନ୍ଧରେ ଆଲୋଚନା କରିଥିଲେ । ସଂଘର ବରିଷ୍ଠ ସଭ୍ୟ ଡ. ନରେନ୍ଦ୍ର ବେହେରା ଉକ୍ତ ଆଇନରେ ଥିବା ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ସଭାରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ସୁଆର ଅଧ୍ୟକ୍ଷତା କରି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ରବିନ୍ଦ୍ରନାଥ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ଏହି ସଭାକୁ ଉପସଭାପତି ପବିତ୍ରମୋହନ ପରିଚ୍ଛା, ଯୁଗ୍ମ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଓ ବଂଶୀଧର ନାୟକ ପରିଚାଳନା କରିଥିଲେ । ଶେଷରେ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ ହୋଇଥିଲା ।