ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା : କଥା କଥା କେ ଗଡୁଛି ମୁଣ୍ଡ 

ବ୍ରହ୍ମପୁର  : ଗଞ୍ଜାମ ଜିଲ୍ଲାକୁ ପୋଲିସ ଜିଲ୍ଲାରେ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟେ ହେଲା ବ୍ରହ୍ମପୁର ପୋଲିସ ଜିଲ୍ଲା ଆଉ ଗୋଟେ ହେଲା ଛତ୍ରପୁର ପୋଲିସ ଜିଲ୍ଲା । ଜିଲ୍ଲାରେ ଆଇନ ଶୃଙ୍ଖଳା ମୁକାବିଲା ପାଇଁ ଦୁଇ ଦୁଇଟି ଏସପି ନିୟୋଜିତ କରାଯାଇଛି । କିନ୍ତୁ ଦୁଇ ଜିଲ୍ଲାରେ ଏବେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଏହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଥିବା ସମୟରେ ଜିଲ୍ଲାରେ ୪ ଟି ହତ୍ୟା କାଣ୍ଡ ଘଟିଥିଲା । ସୋମବାର ପୁଣି ପୁରୁଷୋତ୍ତମପୁର ଥାନା ଇଲାକାର କୁଶପୁର ଗ୍ରାମରେ ଦୁଇ ପୁଅ ବାପାକୁ ଲୁହାରଡ଼ ରେ ପିଟି ପିଟି ମାରି ଦେଇଛନ୍ତି । ପୋଲିସ ପହଞ୍ଚô ତଦନ୍ତ ଆରମ୍ଭ କରିଛି । ଏହି ଦୁଇ ପୋଲିସ ଜିଲ୍ଲାରେ କଥା କଥାକେ ମୁଣ୍ଡ ଗଡୁଛି । ସାଧାରଣ ନିର୍ବାଚନ ପରେ ନୂତନ ସରକାର ଆସିବା ପରେ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଅପରାଧ ତତ୍ତ୍ୱ ମାନେ ପୋଲିସ କୁ ଆଉ ଖାତିରି କରୁନାହାନ୍ତି । ଅପରାଧ ଜଗତର ଆଗଧାଡିର ବାଦ ସାହା ମାନେ ଶାସକ ଦଳର ଛତ୍ର ଛାୟା ତଳେ ରହିବା ଯୋଗୁଁ ଅଜି ଗଞ୍ଜାମ ଜିଲ୍ଲା ଅପରାଧ ତତ୍ତ୍ୱ ମାନଙ୍କ ହାତକୁ ଚାଲିଯାଇଥିବା ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି । ଅଧିକାଂଶ କରି  ଗ୍ରାମାଞ୍ଚଳ ରେ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଠପ ହୋଇଥିବା ଭଳି ମନେ ହେଉଛି । ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ଜିଲ୍ଲାର ଅଧିକାଂଶ ଥାନା ଅଧିକାରୀ ମାନଙ୍କୁ ଅଦଳ ବଦଳ କରିବା ଖାଲି ସ୍ଥାନରେ ନୂଆ ବାବୁ ମାନଙ୍କୁ ଅବସ୍ଥାପିତ କରାଯାଇଛି । ବିଜେଡ଼ି ସରକାର ସମୟରେ ଆମପୋଲିସ ସମିତି ଗଠନ କରିବା ସହ ଆଇନ ସମ୍ପର୍କ ରେ ବିଭିନ୍ନ ପ୍ରକାର ଗାଁ ଗାଁ ରେ ସଚେତନତା କାର୍ଯ୍ୟକ୍ରମ ହେଉଥିଲା । ଗଞ୍ଜାମ ଜିଲ୍ଲାକୁ ଦକ୍ଷ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ ଏନ୍କାଉଣ୍ଟର ଭଳି ପଦକ୍ଷେପ ନେବା ଏବେ ଜରୁରୀ ହୋଇ ପଡିଛି ।