ବିକାଶ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର
ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର : ସ୍ଥାନୀୟ ବିକାଶ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ରେଢ଼ାଖୋଲ ସବ୍ଡିଭିଜନର ଜଣେ ୧୮ ବର୍ଷ ବୟସ୍କାଙ୍କ ଗର୍ଭାଶୟ ଠିକ୍ ଭାବେ ବିକଶିତ ହୋଇ ନଥିଲା । ପରେ ତାଙ୍କର ପେଟରେ ରକ୍ତ ଜମା ହୋଇ ଯନ୍ତ୍ରଣା ବଢ଼ି ଚାଲିଥିଲା । ଏଥିପାଇଁ ସେ ସମ୍ବଲପୁର ବାହାରର ଭୁବନେଶ୍ୱର ଭଳି ସ୍ଥାନରେ ଥିବା ହସ୍ପିଟାଲରେ ପରାମର୍ଶ ନେବା ସହିତ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ଉପଶମ ପାଇ ନଥିଲେ । ନିକଟରେ ସେ ସମ୍ବଲପୁର ବିକାଶ ହସ୍ପିଟାଲକୁ ଆସିଥିଲେ । ଏଠାରେ ବିଶେଷଜ୍ଞ ପିଏଲ୍ ଜେନା ଓ ବିକେ ଷଡ଼ଙ୍ଗୀ ଅସ୍ତ୍ରୋପଚାର କରି ପିଡ଼ୀତାଙ୍କୁ ସୁସ୍ଥ କରିଥିବା ଜଣାପଡ଼ିଛି । ଜଟିଳ ଅସ୍ତ୍ରୋପଚାର ଜରିଆରେ ନିଓ ସାର୍ଭିକ୍ସ କି୍ରଏସନ୍ ଓ ୟୁଟେରୋ ଭେଜିନାଲ ଏନାଷ୍ଟୋମୋସିସ୍ ଜରିଆରେ ଗର୍ଭାଶୟକୁ ସ୍ୱଭାବିକ କରାଯାଇଛି ଯାହା ଏକ ବିରଳ ଅସ୍ତ୍ରୋପଚାର ବୋଲି କୁହାଯାଉଛି ।