ଆଣ୍ଠୁ ଯନ୍ତ୍ରଣାରୁ ଦିଏ ମୁକ୍ତି ବଢାଏ ଶକ୍ତି
ରୋଷେଇ ଘରର ମୂଲ୍ୟବାନ ମସଲା ମାନଙ୍କ ମଧ୍ୟରୁ ଅଦା ହେଉଛି ଏକ ପ୍ରମୁଖ ମସଲା । ନିରାମିସ ତରକାରୀ ହେଉ କି ଆମିଶ ସବୁଥିରେ ଲୋଡା ପଡିଥାଏ ଅଦା । ଖାଲି ତରକାରୀରେ ମସଲା ଭାବେ ବ୍ୟବହାର କରାଯାଇନଥାଏ ଅଦାକୁ ବରଂ ଅଦାର ଅନେକ ଔଷଧିୟ ଗୁଣ ଅଛି । ସାଧାରଣତଃ ଯଦି କେବେ ଆମର ପେଟ କାଟେ ସେତେବେଳେ ମା’ କି ଜେଜେ ମା ସାଙ୍ଗେ ସାଙ୍ଗେ କହିଥାନ୍ତି ଟିକେ ଅଦାକୁ ଲୁଣ ସହ ଚୋବାଇ ଦେ ଭଲ ହୋଇଯିବ । ଏହା ପ୍ରାୟତଃ ସମସ୍ତିଙ୍କ କ୍ଷେତ୍ରରେ ଘଟିଥିବ । ପେଟ ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ । କାହିଁ କେଉଁ ଯୁଗରୁ ଆୟୁର୍ବେଦ ଏବଂ ଘରୋଇ ଉପଚାରରେ ଅଦାକୁ ବ୍ୟବହାର କରାଯାଇ ଆସୁଛି । ଅଦାର ଔଷଧିୟ ଗୁଣ ପ୍ରାୟତଃ ସମସ୍ତଙ୍କୁ ଜଣା । କିନ୍ତୁ ଯଦି ଆମେ ଅଦାକୁ ଭାଜିକି ଖାଇବା ତେବେ ଏହାର ଔଷଧିୟ ଗୁଣ ଆହୁରି ବଢିଯାଇଥାଏ । ଆଜ୍ଞା ହଁ ଭଜା ଅଦାର ଚମକ୍ରାରିତା ଗୁଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଅଦାକୁ ଭାଜିକି ଖାଇିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏହା କେବଳ ଶରୀରକୁ ରୋଗରୁ ରକ୍ଷା କରିଥାଏ ତାହା ନୁହେଁ ବରଂ ଆପଣଙ୍କ ଶରୀରକୁ ପ୍ରାକୃତିକ ରୁପରେ ମଜଭୁତ କରିଥାଏ ଏବଂ ଶକ୍ତିଶାଳୀ କରିଥାଏ । ତେବେ ଆସନ୍ତୁ ଜାଣିବା ଭଜା ଅଦା ଖାଇବା ଦ୍ୱାରା କଣ କଣ ଲାଭ ମିଳିଥାଏ ।
ହଜମ ପ୍ରକ୍ରିୟାରେ ଉନ୍ନତି : ଭଜା ଅଦା ହଜମ ପାଇଁ ଖୁବ୍ ଲାଭଦାୟକ । ଏହା ପେଟର ଗ୍ୟାସ, ଏସିଡିଟି ଏବଂ ହଜମ ଜନିତ ସମସ୍ୟା ଦୂର କରିଥାଏ । ଅଦାରେ ଥିବା ଜିଞ୍ଜରୋଲ ଏବଂ ଶୋଗଲ ନାମକ ଯୌଗିକ ଆମର ହଜମ ଏନଜାଇମକୁ ସକ୍ରିୟ କରିଥାଏ, ଯେଉଁ କାରଣରୁ ଖାଦ୍ୟ ଶୀଘ୍ର ଏବଂ ସଠିକ୍ ଭାବରେ ହଜମ ହୋଇଥାଏ ।
ଇମ୍ୟୁନ ସିଷ୍ଟମକୁ ମଜଭତ କରିଥାଏ : ଅଦାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟି- ଇନ୍ଫ୍ଲାମେଟୋରୀ ଗୁଣ ମିଳିଥାଏ । ଯାହା ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବାରେ ସହାୟତା କରିଥାଏ । ଭଜା ଅଦା ଖାଇବା ଦ୍ୱାରା ଥଣ୍ଡା-କାଶ, ଗଳା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଏଥିସହିତଶରୀରକୁ ରୋଗ ସହ ଲଢିବା ପାଇଁ ଶକ୍ତି ଦେଇଥାଏ । ଆଣ୍ଠୁ ଗଣ୍ଠି ଏବଂ ଅନ୍ୟାନ୍ୟ ଯନ୍ତ୍ରଣାରୁ ଆରାମ ଦେଇଥାଏ ଭଜା ଅଦା । ଦରଜ କମ କରିଥାଏ ଭଜା ଅଦା ।
ଅଦାରେ ପ୍ରାକୃତିକ ଭାବରେ ସୁଗାର କୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥାଏ । ଭଜା ଅଦାର ନିୟମିତ ସେବନ ଶରୀରରେ ଇନସୁଲିନ୍ ର କାର୍ଯ୍ୟକ୍ଷମତାକୁ ସୁଧାରିଥାଏ ଏବଂ ବ୍ଲଡ ସୁଗାର ଲେବଲକୁ ସ୍ଥିର ରଖିଥାଏ । ମେଟାବୋଲିଜିମ୍ କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଅଦା । ଅଦାକୁ ଭାଜିକରି ଖାଇବା ଦ୍ୱାରା ଓଜନ କମିବା ପ୍ରକ୍ରିୟା ଦୃତ ହୋଇଯାଇଥାଏ । ଏହା ଭୋକକୁ ନିୟନ୍ତ୍ରର କରିଥାଏ ।
ଭଜା ଅଦା ହୃଦ ରୋଗରୁ ରକ୍ଷା କରିଥାଏ । ଏହା ଖରାପ କୋଲେଷ୍ଟ୍ରାଲ କୁ କମ କରିଥାଏ ଏବଂ ବ୍ଲଡ ସର୍କୁଲେଶନକୁ ରେ ଉନ୍ନତି ଆଣିଥାଏ । ଯାହାଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ।
ଚିନ୍ତାରୁ ମୁକ୍ତି: ଅଦା ସେବନ ଦ୍ୱାରା ମାନସିକ ଚାପ ଏବଂ ଚିନ୍ତା କମ ହୋଇଥାଏ । ଭଜା ହୋଇଥିବା ଅଦା ମସ୍ତିସ୍କକୁ ଉତ୍ତମ କରିଥାଏ ଏବଂ ମୁଡ୍ କୁ ସ୍ଥିର କରିବାରେ ସହାୟକ ହୋଇଥାଏ ।
ଭଜା ଅଦାକୁ ଖାଇବାର ମାଧ୍ୟମ: ପ୍ରଥମେ ଅଦାକୁ ଛୋଟ ଛୋଟ କରି କରି କାଟି ଦିଅନ୍ତୁ । କଟା ହୋଇଥିବା ଅଦାକୁ କମ୍ ଆଞ୍ଚରେ ଭାଜନ୍ତୁ, ଏହାର ରଙ୍ଗ ହାଲୁକା ବାଦାମୀ ହେବା ଯାଏଁ ଭାଜନ୍ତୁ । ପରେ ଏହାକୁ ତଣ୍ଡା କରି ସିଧା ଖାଇପାରିବେ ଅଥବା ଚା ରେ ପକାଇ ଏହାର ସେବନ କରିପାରିବେ । ଅଧିକ ମାତ୍ରାରେ ଅଦାର ସେବନ କରିବା ଦ୍ୱାରା ପେଟରେ ଜ୍ୱଳନ ସୃଷ୍ଟି ହୋଇଥାଏ । ଗର୍ଭବତୀ ମହିଳା ଏବଂ ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତି ଭଜା ଅଦାର ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।