ଅକଳରେ ପଡ଼ିବେ ନବୀନ, ମୋହନ ଓ ଧର୍ମେନ୍ଦ୍ର
Naveen Patanaik, Odisha Dharmendra Pradhan

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଝଟକା ଦେଇଥିଲା ୨୦୨୪ । ଏବର୍ଷ ବି ନବୀନଙ୍କ ପାଇଁ ଭଲ ସମୟ ନାହିଁ । ସେ ଚକ୍ରାନ୍ତର ଶିକାର ହେବେ । ଏମିତି ଆକଳନ କରିଛନ୍ତି ଜ୍ୟୋତିର୍ବିଦ । ଖାଲି ସେତିକିନୁହେଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧର ସମ୍ମୁଖୀନ ହେବେ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ବିଘ୍ନର ସମ୍ମୁଖୀନ ହେବେ । ଜ୍ୟୋତିର୍ବିଦଙ୍କ ଏଭଳି ଆକଳନ ଏବେ ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ସୃଷ୍ଟିକରିଛି ।
ମୋହନ ମାଝୀଙ୍କ ନାମାକ୍ଷର ନକ୍ଷତ୍ର ଓ ରାଶି ଅନୁଯାୟୀ, ସିଂହ ରାଶି ଉପରେ ଶନି ଦୃଷ୍ଟିକୁ କେତୁ ଓ ମଙ୍ଗଳ ପରି ଉଗ୍ର ଗ୍ରହ ଘେରି ରହିଛନ୍ତି । ତାଙ୍କର ଶତ୍ରୁ ରାଶି ହେଉଛି ମକର । ଏହାକୁ ବୃହସ୍ପତିର ଦୋଷ ଥିବାରୁ ସେ ବିରୋଧୀ ଦଳଙ୍କ ସହ ସାଲିସ୍ କରିବେ । ଏପ୍ରିଲରୁ ମେ’ରେ ଶନି ଦୃଷ୍ଟିରେ ବୃହସ୍ପତି ରହୁଥିବାରୁ ମୋହନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ରହିବ ।
ନବୀନଙ୍କ ଉପରେ ଗୁରୁ ଦୃଷ୍ଟି, ଶନି ଦୃଷ୍ଟି ଓ ରାହୁ ଦୃଷ୍ଟି ଅଛି । ତେଣୁ ନବୀନଙ୍କୁ ଚିହ୍ନିବା ସହଜ ନୁହେଁ । ଅନୁଗତମାନେ ବିଶ୍ୱାସଘାତକ ହୋଇ ରାଜପଦ ଲୁଣ୍ଠନ କରିବେ । ଧର୍ମେନ୍ଦ୍ରଙ୍କ ଧନୁ ରାଶି ଉପରେ ଶନି ଦୃଷ୍ଟି ପଡ଼ିବ । ତେଣୁ ତାଙ୍କୁ ବିଘ୍ନ ଛାଡ଼ିବ ନାହିଁ । ଧର୍ମେନ୍ଦ୍ରଙ୍କ ନାମରେ ଅନେକ ଗୁଜବ ବି ଘୂରିବୁଲିବ । ଏମିତିକି ପଶ୍ଚିମ ଓଡ଼ିଶାରେ ସେ ବିଶ୍ୱାସଘାତକତାର ବି ସମ୍ମୁଖୀନ ହୋଇପାରନ୍ତି ।
ଅପରପକ୍ଷରେ ଚଳିତ ବର୍ଷ ଶନି ମହାଗ୍ରହ ମୀନ ରାଶିରେ ସଞ୍ଚାର କରିବେ । ଫଳରେ ରାଜ୍ୟ ଓ ଦେଶରେ ଅନ୍ତଦ୍ୱର୍ନ୍ଦ୍ୱ ଦେଖାଦେବ । ଏବର୍ଷ ଶସ୍ୟ ଅମଳ ଭଲ ହେବା ସହ ଆମ୍ବ, ପଣସ ଭଳି ରସାଳ ଜାତୀୟ ଫସଲ ଭଲ ହେବ । ରାଜ୍ୟରେ ବର୍ଷା ବିତ୍ପାତ ଓ ଭୂକମ୍ପର ବି ଭୟ ରହିଛି । ଶାସକ ଦଳରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଅକଳରେ ପଡ଼ିଯିବେ । ବିଜେପି ସରକାର ବିରୋଧରେ ଅସନ୍ତୋଷ ବି ବଢ଼ିବ ବୋଲି ଆକଳନ କରାଯାଇଛି ।